ଜେଟ୍ ଏୟାରୱେଜ ବନ୍ଦର ପ୍ରଭାବ: ଚାକିରି ହରାଇଲେ ବୋଂଇରାଣୀ ଗୀତାଞ୍ଜଳୀ, ଚିନ୍ତାରେ ପରିବାର

ଜୟପୁର(ଶ୍ରୀକାନ୍ତ ସାହୁ): ବୋଇ˚-୭୭୭କୁ ବାଏ ବାଏ କଲେ ଗୀତାଞ୍ଜଳୀ ନାୟକ ପାରେଲକର। ନିଜ ଇଚ୍ଛାରେ ଏହି ବିମାନକୁ ଛାଡି ନ ଥିବାବେଳେ ବାଧ୍ୟ ହୋଇ ଛାଡିଛନ୍ତି ଏହି ବିମାନ। ୧୯ବର୍ଷର  କମରସିଆଲ କୋ-ପାଇଲଟଗିରିରୁ ୪ ମାସ ହେଲା ଅବ୍ୟାହତି ନେଇଛନ୍ତି। ଆଜିକୁ ଏହି ଜେଟ୍ ଏୟାରୱେଜ୍ ୨୬ବର୍ଷରେ ପଦାର୍ପଣ କରିଥିବା‌ବେଳେ ଯେଉଁ ଶୀର୍ଷରେ ଏହି ବିମାନ ଚଳାଚଳ କରୁଥଲା ଏବେ ସେହି ସଂସ୍ଥା ଋଣରେ ବୁଡିଛି। ଆର୍ଥିକ ଋଣଭାର ଯୋଗୁଁ ଜେଟ୍ ଏୟାରୱେଜ୍ ୪ ମାସ ହେଲା ୨୨ହଜାର କର୍ମଚାରୀଙ୍କୁ ଦରମା ଦେଇ ନ ଥିବାବେଳେ ଶାନ୍ତିପୂର୍ଣ୍ଣ ଭାବେ ମୁମ୍ବାଇ, କୋଲକାତା, ଦିଲ୍ଳୀ ଓ ବାଙ୍ଗାଲୋର ପରି ବଡ ବଡ ସହରରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି।

କୋରାପୁଟ ଜିଲ୍ଲା ଜୟପୁର ଝିଅ ଗୀତାଞ୍ଜଳି ନାୟକ ପାରେଲକର। ଏକାଧାରରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ପ୍ରଶିକ୍ଷିତ ଘୋଡା ଚଢାଳି, ମାରାଥନ ରନର ଓ ଅନ୍ତଜାର୍ତୀୟ ବିମାନସେବା ଯୋଗାଉଥିବା ପ୍ରତିଷ୍ଠିତ ଏୟାରେଵଜର କର୍ମସିଆଲ କୋ-ପାଇଲଟ। ସେ ଏବେ ମୁମ୍ବାଇରେ ପରିବାର ସହ ରହୁଥିବାବେଳେ ଆନ୍ତଜାର୍ତିକ ବିମାନ ସେବା ଯୋଗାଉଥିବା ବୋଇ˚ ୭୭୭-୩୦୦ଇଆର ଏୟାରକ୍ରାଫ୍ଟର କୋ ପାଇଲଟ ଭାବେ ୨୬ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ସେ ପ୍ରତିଦିନ ଜେଟ ଏୟାରେଵଜ ପକ୍ଷରୁ ହଲାଣ୍ତ, ଇସ୍ତାନବୁଲ, ଟରୋଣ୍ଟୋ, ନ୍ୟୁୟର୍କ, ଦକ୍ଷୀଣ ଭିଏତନାମ, ସିଙ୍ଗାପୁର, ସାଙ୍ଘାଇ, ଲଣ୍ତନ, ହ˚କ˚, ବ୍ୟାଙ୍କକକ୍‌, ଦୁବାଇ ଓ ପ୍ୟାରିସକୁ ଉଡାଣ କରୁଥିବାବେଳେ ୪ ମାସ ହେଲା ବନ୍ଦ ରହିଛି। ୪ ମାସହେଲା ସେ ଦରମା ପାଇ ନ ଥିବାବେଳେ ତାଙ୍କ ବାପାଙ୍କଠାରୁ ସବୁ ସ୍ବାସ୍ଥ୍ୟଗତ ସୁବିଧା ପାଉଥିବାବେଳେ ତାଙ୍କଠାରୁ ଏହି ସୁବିଧା କାଢି ନିଆଯାଇଛି। ଏହାସହ ଉଚ୍ଚଶିକ୍ଷା କରୁଥିବା‌ ଦୁଇ ଝିଅଙ୍କର ଶିକ୍ଷାରେ ବାଧା ଉପୁଜିଛି।

ଜେଟ୍ ଏୟାରୱଜେ ବନ୍ଦ ଥିବାବେଳେ ସ˚ର୍ଘଷମୟ ପାଇଲଟ ଜୀବନରେ ସେ ବହୁ କିଛି ହରାଇଥିବାବେଳେ ଓଡ଼ିଶାର ପ୍ରଥମ ମହିଳା କର୍ମସିଆଲ ପାଇଲଟ ଭାବେ କ୍ଷାତି ଅର୍ଜନ କରିଛନ୍ତି। ଭୁବନେଶ୍ବରସ୍ଥିତ ସରକାରୀ ବେସାମରିକ ଟ୍ରେନି˚ ସ˚ସ୍ଥାନ (ଜିଏଟିଆଇ)ରୁ ୧୯୯୦ରେ ଷ୍ଟୁଡେଣ୍ଟ ପାଇଲଟର ଲାଇସେନ୍ସ ହାସଲ କରିଥିଲେ। ୧୯୯୨ରେ ଡିସେମ୍ବର ୧୦ରେ ପ୍ରୋପିସିଏନ୍ସୀ କନଫରମେଶନ ସାର୍ଟିଫିକେଟ ହାସଲ କରିଥିଲେ। ସେବେଠାରୁ ଆଜି ଯାଏ ସେ ପଛକୁ ଫେରି ଚାହିଁନାହାନ୍ତି। ତାଙ୍କଠାରୁ ପ୍ରେରଣା ପାଇ ଆଜିର ଯୂବପୀଢି ନିଜକୁ ପ୍ରସ୍ତୁତ କରୁନ୍ତୁ ବୋଲି ସେ କହିଛନ୍ତି।

ଏନେଇ ଗୀତାଞ୍ଜଳୀ ନାୟକ ପାରେଲକର କହିଛନ୍ତି ଯେ ମେ’୧୦ରେ ବିଡ୍ ଖୋଲିବା ପରେ କମ୍ପାନୀ ରହିବ କି ନାହିଁ ଜଣାପଡିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟ ହେବ। ଏବେ ଯଦିଓ କିଛି କର୍ମଚାରୀ ଅନ୍ୟକମ୍ପାନୀରେ ଯୋଗ ଦେଉଛନ୍ତି ମୁଁ ଦେବାର ନାହି। ୪ ମାସ ହେଲା କମ୍ପାନୀ ଆମକୁ ଦରମା ଦେଇ ନ ଥିବାବେଳେ ୧୦ ତାରିଖ ଦିନ ବେଲ ଆଉଟ ଓ ବିଡ୍ ଖୋଲିବାପରେ ସବୁ ସତ୍ୟ ପଦାକୁ ଆସିବ। ତେବେ ଦୋଷ କଲା କିଏ ଦଣ୍ଡ ଭୋଗୁଛନ୍ତି କିଏ। ଚାକିରି ଯିବା ଆମେ ୨୨ହଜାର କର୍ମଚାରୀ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବାବେଳେ କମ୍ପାନୀ ପକ୍ଷରୁ  ଯେଉଁ ସ୍ବାସ୍ଥ୍ୟଗତ ସୁବିଧା ମିଳୁଥିଲା ତାହା ଅବ୍ୟାହତି କରାଯିବ ପରେ ଆମେ ନାହିଁ ନ ଥିବା ହଇରାଣ ହେଉଛନ୍ତି। କିଛି କର୍ମଚାରୀଙ୍କର ପରିବାରବର୍ଗଙ୍କର ମଧ୍ୟ ଇତିମଧ୍ୟରେ ଅକାଳ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି।

 

 

ସମ୍ବନ୍ଧିତ ଖବର