ଚିତ୍ରକୋଣ୍ଡା: ଗଂଜେଇ ଚୋରା ଚାଲାଣ ଅଭିଯୋଗରେ କାଲିମେଳାର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ଗିରଫ କରିଥିବା ଚିତ୍ରକୋଣ୍ଡା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ ନକାମାମୁଡ଼ି ବାଲିମେଳା ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ ଓ ଅଟୋ ଆଗ ପଛ ହୋଇ ଦ୍ରୁତ ବେଗରେ ବାଲିମେଳା ଆଡ଼କୁ ଆସୁଥିଲା । ରାଜାବନ୍ଧ ଗାଁ ଛକ ନିକଟରେ ପୋଲିସ ଗାଡି କୁ ଅଟକାଇବାରୁ ଦୂରରୁ ପୁଲିସକୁ ଦେଖି ଉଭୟ ଅଟୋ ଓ ମୋଟର ସାଇକେଲ ଚଳାଉଥବା ଦୁଇ ଜଣ ବ୍ୟକ୍ତି ଗାଡି ଛାଡି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଭିତରେ ଲୁଚି ପଳାଇ ଯିବାକୁ ସକ୍ଷମ ହୋଇଥିଲେ। ପୁଲିସ ଅଟୋକୁ ଯାଞ୍ଚ କରିବା ସମୟରେ ସେଥିରେ ୧୨ ଟି ଜରି ପ୍ୟାକେଟରେ ଗଂଜେଇ ଥିବା ଜାଣିବାକୁ ପାଇଥଲା। ଘଟଣାସ୍ଥଳରୁ ଗୋଟିଏ ମୋଟର ସାଇକେଲ (ଓଆର ୧୦ ଜେ ୦୩୮୬), ଗୋଟିଏ ଅଟୋ (ଓଡି ୩୦ ଏ ୦୨୫୩) ଓ ଦୁଇଟି ମୋବାଇଲ , ଜବତ ଗଂଜେଇ ୩୧୦ କେଜି ୫୦୦ ଗ୍ରାମ ଥିବା ଓ ଏହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି ।
/sambad/media/post_attachments/wp-content/uploads/2021/06/8410faf1-f240-455d-b6d8-b4c0ac69e00d-1024x526.jpg)
ଏହି ଗଂଜେଇ ଚୋରା ଚାଲାଣ ରେ ସଂପୃକ୍ତ ଥିବା ଅଭିଯୋଗରେ କାଲିମେଳା ପାୟଲ ଜୁଏଲେରୀର ସୁବଳ ବରାଳ (ପିତା ସୁଧୀର ବରାଳ) ୩୯କୁ ଗିରଫ କରିଥିବା ସହ ଏଥିରେ ସମ୍ପୃକ୍ତି ଥିବା ଅନ୍ୟ ଦୁଇଜଣଙ୍କୁ ଶୀଘ୍ର ଗିରଫ କରାଯିବ ଓ ଗିରଫ ଅଭିଯୁକ୍ତକୁ ତୁରନ୍ତ କୋର୍ଟରେ ହାଜର କରାଯିବ ବୋଲି ପ୍ରେସମିଟରେ ଏସଡିପିଓ ସୁନାରାମ ହେମ୍ରମ ସୂଚନା ଦେଇଥିଲେ । ଦିନକୁ ଦିନ ଏହି ଗଂଜେଇ ଚୋରା ଚାଲାଣରେ ଅଂଚଳର ବହୁ ଯୁବ ପିଢ଼ି ଏହି ଚୋରା ବ୍ୟାପାର ରେ ସମୃକତ ହେଉଛନ୍ତି ଏଥିରୁ ନିବୃତ୍ତ ରହିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଯୁବ ପିଢିଙ୍କୁ ଏସଡିପିଓ ସୁନାରାମ ହେମ୍ରମ ଅପିଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/8c8b39cf-8e12-42d4-b4a5-9bf6c4beabf8.jpg)