ସୁନା ଦୋକାନରୁ ୧୫ ଲକ୍ଷ ଟଙ୍କାର ଗହଣା ଲୁଟ ଅଭିଯୋଗ

ସମ୍ବଲପୁର: ବୁର୍ଲା ସହରର ମୁଖ୍ୟ ମାର୍କେଟ ଉପରୁ ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ ହୋଇଛି। ବୁର୍ଲା ଥାନା ଇନ୍ଦିରା ଛକସ୍ଥିତ ଉତ୍କଳ ଜୁଏଲାରୀରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନସାରେ ଦୁଇଜଣ ଦୁର୍ବୃତ୍ତ ଦୋକାନୀଙ୍କୁ ନାକଫୁଲ ମାଗିଥିଲେ। ଦୋକାନୀ ନାକଫୁଲ ଦେଖାଉଥିବା ବେଳେ ଦୁର୍ବୃତ୍ତମାନେ କାଉଣ୍ଟରରେ ଥିବା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ। ଲୁଟର ଆକଳନ ସଠିକ ଭାବେ ଜଣା ପଡିନଥିଲେ ମଧ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାର ଲୁଟ ହୋଇଥିବା ନେଇ ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ବୁର୍ଲା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସମୟରେ ସାଇଣ୍ଟିଫିକ ଟିମ ଘଟନସ୍ଥଳରେ ପହଂଚି ଛାନଭିନ୍‌ କରୁଛି।

ସମ୍ବନ୍ଧିତ ଖବର