ଜୟପୁର ପ୍ରିମିୟର ଲିଗ୍ : ଧଳ ୱାରିୟରସ୍ ୧ମ୍ ଲିଗ୍ ବିଜେତା

ଜୟପୁର: ଓରିୟନ କ୍ରିକେଟ କ୍ଲବ, ଉପଖଣ୍ଡ ଆଥଲେଟିକ୍ ଆସୋସିଏସନ୍, ବରିଷ୍ଠ କ୍ରିକେଟର ଓ କ୍ରୀଡାପ୍ରେମୀଙ୍କ ଦ୍ବାରା ଆଜି ଠାରୁ ଦଶହରାପଡ଼ିଆ (ବିକ୍ରମ ଦେବ ଷ୍ଟାଡିୟମ) ପରିସରରେ ଆରମ୍ଭ ହୋଇଛି ଜୟପୁର ପ୍ରିମିୟର ଲିଗ୍ (ଜେପିଏଲ୍)। ୧ମ୍ ଲିଗ୍ ମ୍ୟାଚରେ ୧୦ୱିକେଟରେ ଧଳ ୱାରିୟର ବିଜେତା ହୋଇଛି। ଆସାନିର ପ୍ରଭାବ ମ୍ୟାଚ ଉଦଘାଟନି ପୂର୍ବରୁ ଦେଖାଦେବା ସହ ସକାଳ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଆୟୋଜକମାନେ ପିଚକୁ ପଲିଥିନରେ ଘୋଡାଇ ରଖିଥିଲେ। ପରେ ସାମାନ୍ୟ ବର୍ଷା କମିବା ପରେ ଲିଗର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିଯୋଗିତାର ଅଧ୍ୟକ୍ଷ ବାବୁଲା ରାଉତ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସଂପାଦକ ଅନୁପ ପାତ୍ର, ଉପଖଣ୍ଡ କ୍ରୀଡା ସଂସଦର ସଂପାଦକ ରବି ନାୟକ, ବାଲା ରାୟ, କୋଷାଧ୍ୟକ୍ଷ ସଂଜୟ ଜୈନ, ଭବାନୀ ପଣ୍ଡା, ନବରଙ୍ଗପୁର ଜିଲ୍ଲା କ୍ରୀଡାସଂସଦର ସଂପାଦକ ପ୍ରହ୍ଲାଦ ତ୍ରିପାଠୀ, ସହସଂପାଦକ ଏମ. ବାଲକ୍ରୀଷ୍ଣା ରାଓ, ଧଳ ୱାରିୟରସର ମାଲିକ ଞାନେନ୍ଦ୍ର ଧଳ, ଏସଆର କୁଲସର ମାଲିକ ସୁବାସ ରାଉତ, ସନରାଇଜର୍ସର ମାଲିକ ସୂର୍ଯ୍ୟ ପଟ୍ଟନାୟକ, ଗୁଲୁରି ସୁଫର ଚାର୍ଜସର ମାଲିକ ଜଗଦୀଶ ବେହେରା, ମାଉଣ୍ଟେନ୍ ବୟଜର ମାଲିକ ବାପି ପରିଡ଼ା, ଜୟପୁର ରୟଲସର ମାଲିକ ଆଦିତ୍ୟ ରାଉତ ପ୍ରମୁଖ ଭାଗ ନେଇଥିଲେ। ପ୍ରଥମେ ଟସ୍ ଜିତି ଧଳ ୱାରିୟର୍ସର ଅଧିନାୟକ ଗିରୀ କ୍ରୀଷ୍ଣା ବୋଲିଂ ଏବଂ ରିଲାଏନସ୍ ୱାରିୟର୍ସ ଅଧିନାୟକ ଅଂଶୁମାନ ତ୍ରିପାଠୀ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ।

ରିଲାଏନସ୍ ୱାରିୟର୍ସ ୧୩.୪ଓଭରରେ ସମସ୍ତ ୱିକେଟ ହରାଇ ୩୯ରନ ସଂଗ୍ରହ କରିଥିଲେ। ସେକ୍ ରିୟାଜ୍ ୧୫ଟି ବୋଲରେ ୧୨ରନ ସଂଗ୍ରହ କରିଥିଲେ। ଧଳୱାରିୟର୍ସର ଅଧିନାୟକ ଗିରୀ ୪ଓଭର ବୋଲିଂ କରି ୨ଓଭର ମେଡନ୍ ପକାଇବା ସହ ୭ରନ ଦେଇ ଗୋଟିଏ ୱିକେଟ ହାସଲ କରିଥିଲେ। ମହମ୍ମଦ ଆସିଫ ୨.୪ଓଭର ବୋଲିଂ କରି ୬ରନ ଦେଇ ୩ଟି ୱିକେଟ ଓ ଚିନ୍ମୟ ପଣ୍ଡା ୩ଓଭର ବୋଲିଂ କରି ୨୦ରନ ଦେଇ ୨ଟି ୱିକେଟ ହାସଲ କରିଥିଲେ। ଖେଳର ଦ୍ବିତୀୟାର୍ଦ୍ଧରେ ଧଳ ୱାରିୟର୍ସ ଧୁଆଁଧାର ବ୍ୟାଟିଂ କରି ୪ଓଭରରେ ୪୧ରନ ସଂଗ୍ରହ କରି ବିଜେତା ହୋଇଥିଲେ। ଦୀପକ ରାଜ ୧୨ଟି ବଲରେ ୧୩ରନ ସଂଗ୍ରହ କରିଥିଲେ। ଶଙ୍କର ସିଂ ୧୪ଟି ବୋଲରେ ୨୬ରନ ସଂଗ୍ରହ କରି ଦଳକୁ ବଜୟୀ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ଭାବେ ଧଳ ୱାରିୟର୍ସର ଅଧିନାୟକ ଗିରୀ କ୍ରୀଷ୍ଣାଙ୍କୁ ପୁରସ୍କୃତ କରାଯାଇଥିଲା।

ଏଥିରେ ଆମ୍ପାୟର ଭାବେ ଅସିତ ପଟ୍ଟନାୟକ, ତୁଷାର କାନ୍ତ ପଣ୍ଡା, ସ୍କୋରର ଭାବେ ଆଷିଶ ମହାନ୍ତି ଖେଳ ପରିଚାଳନା କରିଥିଲେ। ଧାରାବିବରଣୀ ମହମ୍ମଦ ଇସାକ୍ ଦେଇଥିଲେ। ପ୍ରତିଯୋଗିତାକୁ ପରିଚାଳନାରେ ଗଣମାଧ୍ୟମ ସଂଯୋଜକ କାର୍ତ୍ତିକ ରାଉତ, ବାପି ପରିଡ଼ା, ସଚ୍ଚିଦାନନ୍ଦ ପରିଡ଼ା, ସୁବାସ ପାଇକରାୟ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ସକାଳ ସାଢ଼େ ୭ଟାରେ ପ୍ରଥମ ଲିଗ୍ ମ୍ୟାଚ ମାଉଣ୍ଟେନ୍ ବୟଜ୍ ଓ ଜୟପୁର ରୋୟଲସ୍ ଙ୍କ ମଧ୍ୟରେ ଓ ଦ୍ବିତୀୟ ଲିଗ୍ ମ୍ୟାଚ ସକାଳ ୧୧ଟାରେ ସନରାଜଇଜର୍ସ ଜୟପୁର ଓ ଏସ୍ ଆର କୁଲ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର