ମାର୍ଚ୍ଚ ୩୧ରୁ ନିୟମିତ ଭାବେ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

0

ଝାରସୁଗୁଡା: ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଚଳାଚଳ କରିବ। ସ୍ପାଇସ୍‌ ଜେଟ କର୍ତ୍ତୃପକ୍ଷ ଶନିବାର ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି। ବିମାନ ବନ୍ଦରଠାରେ ଥିବା ଭିତ୍ତିଭୂମୀ ଓ ସୁରକ୍ଷା ବ୍ୟବସ୍ଥା ସହିତ ଯାତ୍ରୀଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ ଚୌହ୍ଵାନ୍‌ ସ୍ପାଇସ୍‌ ଜେଟ କର୍ତ୍ତୃପକ୍ଷଙ୍କୁ ଉଡାଣସଂପର୍କିତ ସୂଚନା  ପ୍ରଦାନ କରିବା ସହିତ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ। ବିମାନ ବନ୍ଦର ପରିଦର୍ଶନ ପରେ ଏହି ଟିମ୍‌ରେ ଥିବା ପଦାଧିକାରୀମାନେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଠାରୁ ବିମାନ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ସ୍ପାଇସ୍‌ ଜେଟ ବିମାନ ସେବା ପାଇଁ ଦେଶର ତିନୋଟି ବଡ଼ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ବିମାନ ଚଳାଚଳ ପାଇଁ  ବିମାନ ଚଳାଚଳ ମନ୍ତ୍ରାଳୟ ଠାରୁ ଅନୁମତି ପାଇ ସାରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.