ଝାରସୁଗୁଡ଼ା: ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେବା ଅପରାଧରେ ଦୋଷୀ ସାବ୍ୟସ୍ତ ଇମ୍ତିଆଜ ଖାନ୍କୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ପ୍ରକାଶ ଯେ,ଗତ ୨୦୦୭ ମସିହା ଫେବୃୟାରି ୧୩ ତାରିଖ ଦିନ ବ୍ରଜରାଜନଗର ଠାରେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ସମ୍ବଲପୁର ସାକ୍ଷୀପଡ଼ାର ଇମ୍ତିଆଜ ଖାନ୍ ଅପହରଣ କରି ନେଇଥିଲା ଓ ଛାତ୍ରୀଙ୍କ ପରିବାରଙ୍କ ଠାରୁ ୫୦ ହଜାର ଟଙ୍କା ଦାବି କରିଥିଲା । ଛାତ୍ରୀଙ୍କୁ ଦୁଇଦିନ କାଳ ଅଟକ ରଖିବାପରେ ଅଭିଯୁକ୍ତ ୨୫ ହଜାର ଟଙ୍କା ନେଇ ତାକୁ ମୁକ୍ତ କରିଥିଲା ।
ଏ ନେଇ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ନାମରେ ଦଫା ୩୬୪(ଏ) ଦାୟର ହୋଇଥିଲା । ମାନ୍ୟବର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୩ ଗୋଟି ନଥିପତ୍ରକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡବିଧାନ କରିବା ସହିତ ୨୦ ହଜାର ଟଙ୍କା ଅର୍ଥଦଣ୍ଡ ମଧ୍ୟ ଦେଇଛନ୍ତି । ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/jail-8.jpg)