୧୦ କୋଟି ଟଙ୍କାର କଷ୍ଟମ ମିଲିଂ ଚାଉଳ ହଡ଼ପ ମାମଲା:ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ନକଲି

ଝାରସୁଗୁଡ଼ା: ୨୦୧୬-୧୭ ଖରିଫ ଋତୁରେ କଷ୍ଟମ ମିଲିଂ ପାଇଁ ଧାନ ନେଇଥିବା ଝାରସୁଗୁଡ଼ା ପଣ୍ଡରିପଥର ଅଞ୍ଚଳରେ ଥିବା ବଜରଙ୍ଗବଲି ରାଇସ୍‌ ମିଲ୍‌ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଚାଉଳ ଦେଇନଥିବା ବେଳେ ଏହାକୁ ନେଇ ଯୋଗାଣ ବିଭାଗ ହରଡ଼ଘଣାରେ ପଡ଼ିଯାଇଛି । ମିଲର ୩୪,୫୭୪.୮୧ କୁଇଣ୍ଟାଲ ଚାଉଳ ଯୋଗାଣ ବିଭାଗକୁ ଦେଇନଥିଲା । ଏହି ଚାଉଳର ମୂଲ୍ୟ ଆନୁମାନିକ ୧୦ କୋଟି ଟଙ୍କା ହେବ । ଚାଉଳର ମୂଲ୍ୟ ସହିତ ଆର୍‌ଏମ୍‌ସି କମିସନ୍‌ ବାବଦରେ ୨ ପ୍ରତିଶତ,ସୋସାଇଟି କମିସନ ୨.୫ ପ୍ରତିଶତ,ଭାଟ୍‌ ୫ ପ୍ରତିଶତ ମିଶି ପ୍ରାୟ ୧୦ କୋଟି ଟଙ୍କା ହୋଇପାରେ ବୋଲି ଆକଳନ କରାଯାଉଛି । ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ ପକ୍ଷରୁ ମିଲରର ବ୍ୟାଙ୍କ ଗ୍ୟାରେଣ୍ଟି,ପୋଷ୍ଟ ଡେଟେଟ୍‌ ଚେକ୍‌(ପିଡିସି),ସିକ୍ୟୁରିଟି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ଅନୁଯାୟୀ ଦେଢ଼ କୋଟି ଟଙ୍କାର ୩ ଗୋଟି ବ୍ୟାଙ୍କ ଗ୍ୟାରେଣ୍ଟିକୁ ଯୋଗାଣ ନିଗମ ପକ୍ଷରୁ ୟୁନିୟନ ବ୍ୟାଙ୍କରେ ଜମା କରାଯାଇ ଥିଲା । ତେବେ ଏହି ଦେଢ଼ କୋଟି ଟଙ୍କା ଗ୍ୟାରେଣ୍ଟିରୁ ୪୦ ଲକ୍ଷ ଟଙ୍କା କେବଳ ଅସଲ ଗ୍ୟାରେଣ୍ଟି ହୋଇଥିବା ବେଳେ ଅନ୍ୟ ଦୁଇଟି ଗ୍ୟାରେଣ୍ଟି ଗୋଟିଏ ୬୦ ଲକ୍ଷ ଓ ୫୦ ଲକ୍ଷ ନକଲି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଜିଲ୍ଲା ଯୋଗାଣ ବିଭାଗକୁ ଜଣାଇବା ପରେ ଏହି ଘଟଣା ଆହୁରି ଜଟିଳ ହୋଇ ପଡ଼ିଛି ।
ଗୋଟିଏ ନେଇ ଗତ ୨୨ ତାରିଖ ଦିନ ରାଜ୍ୟ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ ଚିଠି ନମ୍ବର ୧୯୬୨୬ରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୩ ଦିନ ଭିତରେ ବ୍ୟାଙ୍କ ଗ୍ୟାରେଣ୍ଟି ଜବତ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ପ୍ରକାଶ ଥାଉକି ବଜରଙ୍ଗବଲି ରାଇସ୍‌ ମିଲ ଗତ ୨୦୧୬-୧୭ ଖରିଫ ଋତୁରେ ବିଭିନ୍ନ ପ୍ୟକ୍ସ୍‍ ମାଧ୍ୟମରେ ମୋଟ ୭୯,୩୮୮.୬୭ କୁଇଣ୍ଟାଲ ଧାନ ଉଠାଇଥିବା ବେଳେ କଷ୍ଟମ ମିଲିଂ ଚାଉଳ ବାବଦରେ ସେ ଯୋଗାଣ ବିଭାଗକୁ ୫୩,୯୮୪.୩୦ କୁଇଣ୍ଟାଲ ଚାଉଳ ଯୋଗାଇବା ପାଇଁ ଚୁକ୍ତି କରିଥିଲା । ମାତ୍ର ଉକ୍ତ ମିଲର ଗତ ୧୫.୧୦.୧୭ ପଯ୍ୟର୍ନ୍ତ ମାତ୍ର ୧୯,୪୦୯.୪୯ କୁଇଣ୍ଟାଲ ଚାଉଳ ଯୋଗାଇଛି । ବାକି ଥିବା ୩୪,୫୭୪.୮୧ କୁଇଣ୍ଟାଲ ଚାଉଳ ୩୦.୯.୧୭ ପଯ୍ୟର୍ନ୍ତ ଯୋଗାଇବା କଥା ମାତ୍ର ଏଥିରେ ମିଲର ଅସଫଳ ହେବାରୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ଯୋଗାଣ ନିଗମକୁ ଅବଗତ କରାଯାଇଥିଲା ।
ଯୋଗାଣ ବିଭାଗ ମିଲର ଉପରେ କାଯ୍ୟର୍ାନୁଷ୍ଠାନ ନେବା ପୂର୍ବରୁ ସେ ଯେଉଁ ପ୍ୟାକ୍ସ୍‍ ଗୁଡ଼ିକରୁ ଚାଉଳ ଉଠାଇଛି ତାର ତାଲିକା,ଏଗ୍ରିମେଣ୍ଟ୍‌ ସହିତ ଆବଶ୍ୟକୀୟ କାଗଜପତ୍ର ପଠାଇବାକୁ ୨୦.୧୦.୧୭ରେ ଜିଲ୍ଲା ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଯୋଗାଣ ବିଭାଗ ଏହା ଉପରେ କୌଣସି କାଯ୍ୟାର୍ନୁଷ୍ଠାନ ନେଇନଥିଲା। ଏହାପରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଚିଠି ନମ୍ବର ୧୮୬୪୧/୮-୧୧-୧୭ରେ ଆଉ ଏକ ଚିଠିରେ ଉପରୋକ୍ତ ତଥ୍ୟ ୩ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟାଙ୍କ ଗ୍ୟାରେଣ୍ଟି ନକଲି ବୋଲି ୨୫ ତାରିଖରୁ ସଂପୃକ୍ତ ବ୍ୟାଙ୍କ ଯୋଗାଣ ବିଭାକୁ ଜଣାଇଥିଲେ ମଧ୍ୟ ଯୋଗାଣ ବିଭାଗ ୨ ଦିନ ନିରବ ରହିଯାଇ ଆଜି ଏ ସଂପର୍କରେ ରାଜ୍ୟ ଯୋଗାଣ ନିଗମକୁ ଜଣାଇଥିବା ଘଟଣା ଆହୁରି ସଂଦେହ ଘେରକୁ ଆସି ଯାଇଛି ।

ସମ୍ବନ୍ଧିତ ଖବର