ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼-ଗୁମାଡେରା ରାସ୍ତାର ମାଉସୀ ମା’ ମନ୍ଦିର ନିକଟରେ ଏକ ମେଜିକ ଗାଡ଼ି (ଓଡି ୨୩ ଏଫ୍ ୩୩୭୦) ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ଥିବା ଅଇଁଲାପଡ଼ାର ନୂଆଦେଇ କିଷାନ(୫୦) ଓ ମାଳୀପଡ଼ାର ଅଭିମନ୍ୟୁ ପ୍ରଧାନ(୪୦)ଙ୍କ ମୃତ୍ୟୁ ଘଟିଥିଲା।
ମେଜିକଟି ରେମେଣ୍ଡା ଗ୍ରାମରେ ବିବାହ ଉତ୍ସବ ପରେ ବରଯାତ୍ରୀ ଧରି ଗୁମାଡେରା ଫେରୁଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେଜିକ୍ ଗାଡ଼ିକୁ ଜବତ କରିଥିଲା। ଶନିବାର ଶବ ବ୍ୟବଚ୍ଛେଦ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/accident-1.jpg)