ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ଏକ ଆନ୍ତଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ପୁଲିସ୍ ଏହି ବାଇକ୍ ଲୁଟେରା ଗ୍ୟାଙ୍ଗର ଛଅଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବାର ସୂଚନା ଦେଇଛି। ଏମାନଙ୍କଠାରୁ ୨୦ଟି ବାଇକ୍ ଜବତ କରାଯାଇଛି।

Advertisment

publive-image

ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ସୁବାସ ଟପ୍ପୋ, ସମ୍ବଲପୁର ଜିଲ୍ଲାର ଜିତୁ ମାଝୀ, ବିଶ୍ବାମିତ୍ର ଛୁରିଆ, ରବିରତ୍ନ ରଣବିଦା, ଏସ୍ କୁମାର ସିଂହ ଓ ଝାରସୁଗୁଡ଼ା ଜିଲ୍ଲାର ରାମ କଣ୍ଡରା। ତେବେ ସମ୍ବଲପୁର ଜିଲ୍ଲାର ଜଗନ୍ନାଥ ରଣା ଫେରାର ହୋଇଯାଇଛି। ଏମାନଙ୍କ ନାମରେ ଆଗରୁ ଏକାଧିକ ଅପରାଧିକ ମାମଲା ରହିଛି।