ଝାରସୁଗୁଡା: ଝାରସୁଗୁଡ଼ା ସହରର ସ୍ଥିତ କାପୁମାଲଠାରେ ଜଙ୍ଗଲୀ ବାରହା ଏକ ଘରକୁ ପଶି ଶୋଇଥିବା ଅବସ୍ଥାରେ ମା, ଝିଅ ଓ ପୁଅକୁ ଆକ୍ରମଣ କରିଥିବାରୁ ସମସ୍ତେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୁଅକୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ମା ଓ ଝିଅ ଏବେ ବି ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ ଗୌରୀ ନାଏକ, ବିମଳା ନାଏକ ଓ ବିମଳାଙ୍କ ଭାଇ।
ଆଜି ସକାଳ ସମୟରେ ଘରର କବାଟ ଖୋଲା ଥିବାରୁ କୁକୁରମାନେ ବାରହାକୁ ରାସ୍ତାରେ ଦେଖି ଦୌଡ଼ାଇବାରୁ ଉକ୍ତ ବାରହା ଘରକୁ ପଶି ଯାଇଥିଲା ଓ ଆକ୍ରମଣ କରିଛି। ପରେ ସ୍ଥାନୀୟ ଲୋକେ ପିଟିପିଟି ବାରହାକୁ ମାରି ଦେଇଛନ୍ତି। ସେପଟେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ବାରହା ଶବ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ବାରହା: ଗୋଟିଏ ପରିବାରର ୩ ଆହତ, ବାରହାକୁ ପିଟିପିଟି ମାରିଦେଲେ
/sambad/media/post_attachments/wp-content/uploads/2023/06/je-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)