ବ୍ରଜରାଜନଗର: ଝାରସୁଗୁଡା କଳିଙ୍ଗା ବାର ସମ୍ମୁଖରେ ଗତ ୪ ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଝାରସୁଗୁଡା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ଦୀପକ ସାହୁ, ଅର୍ଜୁନ ସାହୁ, ମୁନୁ ପାଣ୍ଡେ ଓ ବାବୁ ଖାନ। ସେମାନଙ୍କ ଠାରୁ ୨ଟି ଦେଶି ପିସ୍ତଲ , ଚାରି ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଧଳା ସ୍କର୍ପିଓ, ୪ ଟି ମୋବାଇଲ୍ ଫୋନ୍, ପାଞ୍ଚଟି କାର୍ଟ୍ରିଜ୍ ଜବତ ହୋଇଥିବା ଆଜି ଝାରସୁଗୁଡା ଏସ୍ ପି ରାହୁଲ ଜୈନ ଟାଉନ ଥାନାରେ ଆୟୋଜିତ ପ୍ରେସମିଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଗତ ୪ତାରିଖ ଦିନ ରାତିରେ ସେମାନଙ୍କ ନାମରେ ୨ ଟି ମାମଲା ହୋଇଥିବାରୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଏ ସ ପି ଙ୍କ ଦିର୍ଦେଶରେ ଗଠନ କରାଯାଇଥିଲା। ପୁଲିସ୍ର ସେହି ସ୍ୱତନ୍ତ୍ର ଟିମ ସମ୍ଭାବ୍ୟ ସ୍ଥାନରେ ଚଢ଼ାଉ କରିଥିଲା । ଶେଷରେ ଗତକାଲି ବିଳମ୍ବିତ ରାତିରେ ମାଲିମୁଣ୍ଡା ଷ୍ଟାଡିୟମ୍ ନିକଟରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତ ବସିଥିବା ଜାଣିପାରି ପୁଲିସ ଚଢ଼ାଉ କରି ସଫଳତାର ସହ ଧରିଛି ବୋଲି ଏସ୍ ପି ଶ୍ରୀ ଜୈନ କହିଛନ୍ତି।

ଏହି ଚଢ଼ାଉରେ ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ, ଏସ୍ ଆଇ ଗୀତାଞ୍ଜଳି ମିର୍ଧା, ଏସ୍ ଆଇ ସ୍ୱାଧୀନ ସେଠି, ଏସ୍ ଆଇ ଦେବେନ୍ଦ୍ର ନାୟକ, ପୁଲିସ ଫୋର୍ସ ଥିଲେ। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସ୍ ପି ପ୍ରକାଶ କରିଛନ୍ତି। ଅପରାଧିକ କାର୍ଯ୍ୟ ନିୟନ୍ତ୍ରଣ ପାଇଁ ଏଭଳି ଚଢ଼ାଉ ଜରିରହିବ ।ଯେହେତୁ ଏଠାରେ ଖଣି ଓ ଶିଳ୍ପ କାର୍ଯ୍ୟ ଚାଲୁଛି ତେଣୁ ବେଆଇନ ଆଗ୍ନେୟ ଅସ୍ତ୍ର କିଣା ଓ ବିକା ହେଉଥିବାରୁ ଏହା ଉପରେ ପୁଲିସ ନଜର ରଖି ଏହାକୁ ରୋକିବାକୁ ପୁଲିସ ପ୍ରୟାସ ଚଳାଇଛି। ଗତମାସରେ ବ୍ରଜରାଜନଗରରୁ ମଧ୍ୟ ଏକ ପିସ୍ତଲ ଜବତ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ। କୌଣସି ଅଭିଯୁକ୍ତଙ୍କ ଭିତରେ ବାପ ଦୀପକ ସାହୁ ଓ ପୁଅ ଅର୍ଜୁନ ସାହୁ ଅଛନ୍ତି। ଦୀପକ ସାହୁନାମରେ ୨୪ମାମଲା ପୂର୍ବରୁ ରହିଥିବା ସମୟରେ ପୁଅ ଅର୍ଜୁନ ନାମରେ ୬ଟି ମାମଲା ଥିବା ଅ ଏସ୍ ପି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ। ଗତ ୪ତାରିଖ ରାତି ସାଢେ ୧୦ ଟାରେ ରେ ଅଭିଯୁକ୍ତ ଅର୍ଜୁନ ସାହୁ, ମୁନୁ ପାଣ୍ଡେ ତାଙ୍କ ସହଯୋଗୀମାନେ ରୋହିତ ସାହା ଓ ତାର ବୁରୋମାଲ ସାଙ୍ଗମାନ ଙ୍କୁ ବସ୍ ଷ୍ଟାଣ୍ଡ ଛକକୁ ଡାକିଥିଲେ। ସେମାନେ ବସ ଷ୍ଟାଣ୍ଡ ଛକ କୁ ଆସିବା ପରେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିଥିଲେ। ରୋହିତ ଆପତ୍ତି ଉଠାଇ ବାରୁ ଅର୍ଜୁନ ସାହୁ ତାଙ୍କ ମୁଣ୍ଡରେ ଗୋଟିଏ ପିସ୍ତଲ ଦେଖାଇ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଫଳରେ ରୋହିତ ସାହା ଏନେଇ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ପର ଦିନ ଝାରସୁଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ସେହିଦିନ ପ୍ରାୟ ରାତି ସାଢ଼େ୧୧ ଟାରେ ଦ୍ୱିତୀୟ ଘଟଣା ଘଟିଥିଲା। ଅଭିଯୁକ୍ତ ଅର୍ଜୁନ ସାହୁ, ମୁନୁ ପାଣ୍ଡେ, ବାବୁ ଖାନ୍ ଏବଂ ଦୀପକ ସାହୁ ଝାରସୁଗୁଡା ପୁରୁଣାବସ୍ତି କାଲିଙ୍ଗା ବାର୍ ସମ୍ମୁଖରେ ଛୋଟୁ ସେନ୍ଧ୍ରିଆ କୁ ଭେଟିଥିଲେ। ଅଭିଯୁକ୍ତ ମାନେ ଶ୍ରୀ ସେନ୍ଧ୍ରିଆକୁ ନୀଚ ଜାତିର ଆକ୍ଷେପ ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଆପତ୍ତି କରିବାରୁ ଅଭିଯୁକ୍ତ ଅର୍ଜୁନ ସାହୁ ଏବଂ ଦୀପକ ସାହୁ ସେମାନଙ୍କ ପିସ୍ତଲରୁ ୬-୭ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ଛୋଟୁ ଝାରସୁଗୁଡା ସଦର ଥାନାରେ ଅଭିଯୋଗ କରିଥିଲେ। ଫଳରେ ଏଥିରେ ବିଭିନ୍ନ ଧାରା ସହିତ ଏ ସ୍ ଟି /ଏ ସ୍ ସି ମାମଲା ଓ ୨୫/୨୭ ଅସ୍ତ୍ରସସ୍ତ୍ର ଆଇନ ରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଚାଲିଥିଲା।