ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ସମେତ ପଡୋଶୀ ଅନ୍ୟଜିଲ୍ଲାମାନଙ୍କରେ ଚୋରି କରି  ଅନାୟସରେ ଖସିଯାଉଥିବା ଏକ ଆନ୍ତଜିଲ୍ଲା ଚୋର ରାକେଟର ମୁଖ୍ୟ ଅଭିଯୁକ୍ତ ସମେତ ଚୋରା ଜିନିଷ କିଣିଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଏକ  ସ୍ୱତନ୍ତ୍ର ଟିମ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଚୋରି ଜିନିଷ ଜବତ ହୋଇଥିବା ଆଜି ଏସ ପି  ବିକାଶ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Advertisment

ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ  ସୋନା ପାଲିର ବାବୁ  କଙ୍ଗ ଓରଫ ସରଫରାଜ ଖାନ (୩୧) ଓ  ମହମ୍ମଦ ଇଫାନ (୩୧)।  ଚୋରି ଜିନିଷ  ରଖିଥିବା  ଅଭିଯୋଗରେ ସମ୍ବଲପୁର ବରେଇ ପାଲିର ଅଭିଷେକ କୁମାର (୨୫) ଓ ବରଗଡ଼ ଭଟିଲ ବ୍ଲକ ଅଫିସ ନିକଟ ଇନ୍ଦିରା  କଲୋନିର ପ୍ରମୋଦ ମିଶ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି।

publive-image

ଏହି ଚୋରି ରାକେଟର ମୁଖ୍ୟ ସରଫରାଜ ଓ ଇଫାନ ପ୍ରାୟ ୩୩ଗୋଟିଚୋରି ମାମଲାରେ ସମ୍ପୃର୍କ୍ତ ଥିବା ଜଣାପଡ଼ିଥିବା ଏ ସ ପି ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ସେ ଝାରସୁଗୁଡା ଜିଲ୍ଲାରେ ଯୋଗ ଦେବାପରେ ଏକାଧିକ ଚୋରି ହେଉଥିବା ଘଟଣା ତାଙ୍କ ନଜରକୁ ଆସିଥିଲା। ସେ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ବ୍ରଜରାଜନଗର ଏ ସ ଡି ପି ଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ କରିଥିଲେ। ଏଥିରେ ବ୍ରଜରାଜନଗର ଆଇ ଆଇ ସି ନଳିତା ମୋଦୀ, ଓରିଏଣ୍ଟ ଆଇ ଆଇ ସି ବୌକୁଣ୍ଠ ସେଠ, କୋଲାବିରା ଆଇ ଆଇ ସି ସୁକୁମାର ତ୍ରିପାଠୀ, ବେଲପାହାଡ଼ ଆଇ ଆଇ ସି ରଶ୍ମିତା ବେହେରା ଓ ବ୍ରଜରାଜନଗର ଏସ ଆଇ ପ୍ର୍ଦ୍ୟୁମ୍ନ ସ୍ୱାଇଁଙ୍କ ସମେତ ଜିଲ୍ଲା ସାଇବର ସେଲ ମିଳିତ ଭାବେ କାର୍ଯ୍ୟକରୁଥିଲେ ବୋଲି ଏ ସ ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି।