ଝାରସୁଗୁଡ଼ା: ଗତ କିଛିଦିନ ହେବ ସମଗ୍ର ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଇତିମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ସମସ୍ତ ଆକ୍ରାନ୍ତ ଝାରସୁଗୁଡ଼ା ପୌରାଞ୍ଚଳର ବୋଲି ଜଣାପଡ଼ିଛି। ଗତ ୭ ଦିନରେ ମୋଟ୍‌ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେx ଗତକାଲି ପୁଣି ଜଣେ ୨୦ ବର୍ଷୀୟା ଯୁବତୀ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍‌ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱର ଓ ଜଣେ ଦିଲ୍ଲୀରୁ ଫେରିବା ପରେ ସେମାନଙ୍କ ଶରୀରରେ ଲକ୍ଷଣ ଦେଖାଦେଇଥିଲା। ଅନ୍ୟ ୨ ଜଣ ଝାରସୁଗୁଡ଼ା ସହରରେ ହିଁ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି।

Advertisment

ପୂର୍ବରୁ ଆକ୍ରାନ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରେ ୫୪ ଓ ୨୯ ବର୍ଷ ବୟସର ଦୁଇ ଜଣ ମହିଳା ଏବଂ ୨୬ ଓ ୨୨ ବର୍ଷ ବୟସର ଦୁଇ ଜଣ ଯୁବକ ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମଶାରି ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।