୬୩ ଲିଟର ମଦ ଜବତ, ୩ ଗିରଫ

ରେଢ଼ାଖୋଲ: ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୬୩ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ରେଢ଼ାଖୋଲ ଥାନା ଡାହିମାଳ ଗାଁରେ ଚଢ଼ଉ କରାଯାଇଥିଲା। ସେଠାରେ ଗଣ ମିର୍ଧା (୬୦), ଜନ୍ମ ମିର୍ଧା (୫୬) ଓ ନାକ୍‌ଟିଦେଉଳର ସଞ୍ଜୟ ଧଳ (୩୦)କୁ ଗିରଫ କରାଯିବା ସହ ମଦ ଜବତ କରାଯାଇଛି। ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଅବକାରୀ ଇନ୍‌ସପେକ୍ଟର ଦୀପ୍ତିମୟୀ ସାହୁ ଚଢ଼ଉ ଦଳର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର