ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନୂଆଡ଼ିହିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ନୂଆଡ଼ିହିଠାରେ ଥିବା ବର୍ମା ପେଟ୍ରୋଲ ପମ୍ପ ପାଖରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଅରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କର ନାମ କନ୍ଦର୍ପ ଚୌଧୁରୀ (୫୦)। ସେ ସ୍ଥାନୀୟ ସମଲେଶ୍ବରୀ କୋଇଲା ଖଣିର କର୍ମଚାରୀ ଓ ହିଲଟପ କଲୋନିରେ ରହନ୍ତି। କନ୍ଦର୍ପ ଏକ ବାଇକ (ଓ ଡି ୧୪ ଭି ୮୮୨୯) ଯୋଗେ ବ୍ରଜରାଜନଗରରୁ ଝାରସୁଗୁଡ଼ାକୁ ଯାଉଥିବା ସମୟରେ ସାଢ଼େ ୧୨ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା।
ଖବର ପାଇ ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ, ବ୍ରଜରାଜନଗର ଏସ ଡି ପି ଓ ଦିଲୀପ ଦାସ ଓ ଉପଜିଲ୍ଲାପାଳ ଶିବ ଟପୋ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧନ କରିଛନ୍ତି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି।

Advertisment