ଝାରସୁଗୁଡ଼ା: ଝାରସୁଗୁଡ଼ାଠାରେ ଆସନ୍ତା ୨୨ ତାରିଖ ଦିନ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଉଦ୍ଘାଟନ କାଯ୍ୟର୍କ୍ରମ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ତେବେ ଏହାକୁ ବିଜେପି ରାଜନୀତିକରଣ କରୁଛି ବୋଲି ଝାରସୁଗୁଡ଼ା ଜିଲ୍ଲା ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ବିଜେଡି କାଯ୍ୟର୍ାଳୟରେ ରାଜ୍ୟ କାଯ୍ୟର୍କାରିଣୀ ସଦସ୍ୟ ତାପସରାୟ ଚୌଧୁରୀ ବିମାନ ବନ୍ଦର ନିର୍ମାଣରେ ରାଜ୍ୟ ସରକାରଙ୍କ ସିଂହ ଭାଗ ଅନୁଦାନ ଯୋଗାଇ ଦେଇଥିବା କହିଛନ୍ତି। ରାଜ୍ୟ ସରକାର ୧୧୮.୭୫ ଏକର ଜମି ମାଗଣାରେ ଯୋଗାଇ ଦେଇଥିବା ବେଳେ ଏହାର ମୂଲ୍ୟ ୨୫୦ କୋଟି ଟଙ୍କା ହେବ, ଏହି ବିମାନ ବନ୍ଦର ନିର୍ମାଣରେ ଖର୍ଚ୍ଚ ହୋଇଥିବା ୨୧୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟ ସରକାର ୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ୫୨ ଜଣ ସୁରକ୍ଷା କର୍ମୀ ମଧ୍ୟ ଯୋଗାଇ ଦେଇଥିବା ବେଳେ ସେମାନଙ୍କ ୫ ବର୍ଷର ଦରମା ବାବଦରେ ୧୬ କୋଟି ଟଙ୍କା, ୫ ବର୍ଷ ପାଇଁ ମାଗଣା ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବାବଦରେ ୨୦ କୋଟି ଟଙ୍କା, କ୍ୱାର୍ଟର ମରାମତି ବାବଦରେ ୧ କୋଟି ଟଙ୍କା ମିଶି ମୋଟ ୩୬୨ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ମାତ୍ର ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ନ୍ୟୁନ କରିବାକୁ ପ୍ରଚେଷ୍ଟା କରୁଥିବା ନିନ୍ଦାଜନକ ବୋଲି ଶ୍ରୀ ରାୟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ତ୍ରିନାଥ ଗୁଆଲ, ରବି ସିଂହ, ମାତାଦିନ ମୁନ୍ଦ୍ରା, ସନ୍ଦୀପ ଅଗସ୍ତି,ଗଙ୍ଗାଧର ଗଡ଼ନାୟକ, ମନୋରଂଜନ ମହାପାତ୍ର, ଇପ୍ତିକାର ଇମାମ୍, ଈଶ୍ୱର ରାଓ, ପ୍ରଶାନ୍ତ ଜେନା, ପ୍ରଭାତ ପଟେଲ, ଜୟ ପ୍ରକାଶ କୁଅଁର, ତୁଳସୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।
‘ବିମାନ ବନ୍ଦର ଉଦ୍ଘାଟନ କାଯ୍ୟର୍କ୍ରମକୁ ନେଇ ବିଜେପି ରାଜନୀତି କରୁଛି’:‘ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୩୬୨ କୋଟି’
/sambad/media/post_attachments/wp-content/uploads/2018/09/jhar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)