ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଟ୍ରାଫିକ୍ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଥିବା ବେଳେ ସାରା ସହର ଏବେ ଦୁର୍ଘଟଣା ଜୋନ୍ ପାଲଟିଛି। ଶନିବାର ରିନାଉଲ୍ଡ ସୋ’ ରୁମ୍ ସମ୍ମୁଖରେ ଘଟିଥିବା ଦୁର୍ଘଟଣାରେ ୨ ଯୁବକଙ୍କ ପ୍ରାଣହାନି ପରେ ପୁଣି ଟ୍ରାଫିକ ସମସ୍ୟା ନେଇ ଉଠିଛି ଅସନ୍ତୋଷର ସ୍ବର। ପ୍ରତିଦିନ ସହରରେ ଦୁର୍ଘଟଣା ଘଟି ବ୍ୟାପକ ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ଏହାର ସମାଧାନ ନେଇ ପ୍ରଶାସନ କୌଣସି ଉତ୍ସାହ ଦେଖାଉ ନଥିବା ଅଭିଯୋଗ ହେଉଛି। ସହରର ବିଭିନ୍ନ ସ୍ଥାନରେ ତ୍ରୁଟିପୂର୍ଣ୍ଣ ରାସ୍ତା ଓ ଛକ ନିମାର୍ଣ ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବା ବେଳେ ରାସ୍ତା କଡ଼ ଜବରଦଖଲ ହଟାଇବାରେ ପ୍ରଶାସନର ଅପାରଗତାକୁ ତୀବ୍ର ସମାଲୋଚନା କରାଯାଉଛି। ରାସ୍ତାରେ ବେଆଇନ ପାର୍କିଂ ଓ ଜବରଦଖଲ ଯାତାୟତରେ ଘୋର ସମସ୍ୟା ସୃଷ୍ଟି କରୁଛି। ତେବେ ଏଥି ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ ପ୍ରତିକାର ବ୍ୟବସ୍ଥା ଯେତିକି କରାଯିବା କଥା କରାଯାଉନି। ସହରର ସରବାହାଲଠାରୁ ବସ୍ଷ୍ଟାଣ୍ତ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ରେ ବେଆଇନ ପାର୍କି˚ ସମସ୍ୟାକୁ ଦ୍ବିଗୁଣିତ କରୁଛି। ବ୍ୟବସାୟୀମାନେ ତାଙ୍କ ଦୋକାନ ଆଗରେ ଜିନିଷପତ୍ର ରଖି ରାସ୍ତା ଅବରୋଧ କରୁଥିବା ବେଳେ ଉଠାଦୋକାନୀ ବେଡ଼ି ଉପରେ କୋରଡ଼ା ସଦୃଶ ପାଲଟିଛନ୍ତି। ଏହା ବ୍ୟତୀତ ଅଟୋ ଚାଳକମାନେ ମନଇଚ୍ଛା ରାସ୍ତା ଉପରୁ ଯାତ୍ରୀ ଉଠାଉଥିବା ବେଳେ ଷ୍ଟେସନ୍ ଛକ, ବସ୍ଷ୍ଟାଣ୍ତ ଛକ, ମଙ୍ଗବାର ଦିନ ମଙ୍ଗଳବଜାର ଛକ ଓ ଶୁକ୍ରବାର ଦିନ ଡାକବଙ୍ଗଳା ସମ୍ମୁଖରେ ଅଟୋଗୁଡ଼ିକ ରାସ୍ତା ଉପରେ ଦିନ ତମାମ ପାର୍କି˚ କରି ଯାତ୍ରୀ ଉଠାଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଗୋଟିଏ ରାସ୍ତାରେ ଝାରସୁଗୁଡ଼ା ମୁଖ୍ୟ ସହର ଥିବାରୁ ଏହି ରାସ୍ତା ଉପରେ ସମସ୍ତେ ନିର୍ଭର କରିଥାନ୍ତି। ଥାନା ଛକଠାରୁ ଝଣ୍ତା ଛକ ପର୍ଯ୍ୟନ୍ତ ରାସ୍ତା ଉଭୟ ପଟେ ଓ ରାସ୍ତା ମଝିରେ ଜବରଦଖଲ ସହିତ ବେଆଇନ ଭାବେ ଭାରୀଯାନ ସହର ମଧୢରେ ପ୍ରବେଶ କରି ଏଠାରେ ଥିବା ବିଭିନ୍ନ ଥୋକ ବ୍ୟବସାୟୀଙ୍କ ଜିନିଷପତ୍ର ଲୋଡିଂ ଅନଲୋଡିଂ କରିବା ଟ୍ରାଫିକ୍ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ବେଆଇନ ପାର୍କି˚, ବେଆଇନ ଗାଡ଼ି ଚାଳନା ଓ ଦ୍ରୁତ ଗତିରେ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପୁଲିସ କିମ୍ବା ଆଇନ୍ କାନୁନ୍କୁ କେହି ଖାତିର କରୁ ନଥିବା ଅଭିଯୋଗ ହେଉଛି। ରାସ୍ତା ଉପରେ ଶହ ଶହ ଗୋରୁଗାଈ ଦିନରାତି ଅନାୟାସରେ ଘୁରି ବୁଲୁଥିବା ମଧୢ ଦୁର୍ଘଟଣାର ଅନ୍ୟଏକ କାରଣ ପାଲଟିଛି। ବ୍ୟବସାୟୀମାନେ ରାସ୍ତା ଉପରକୁ ମାଡ଼ି ଆସିଥିବାରୁ ଅତୀତରେ ଅନେକ ଥର ରାସ୍ତାର ଉଭୟ ପାର୍ଶ୍ବରେ ପୌର ସ˚ସ୍ଥା ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଉଥିଲେ ମଧ୍ୟ ରାଜନୈତିକ ଚାପ ଯୋଗୁଁ ଅଧାରେ ବନ୍ଦ କରି ଦିଆଯାଇଛି। ଅନେକ ସ୍ଥାନରେ ନାଳ ଉପରେ ଥିବା ଛୋଟ ଜବରଦଖଲକୁ ହଟାଯାଇଥିବା ବେଳେ ବଡ଼ ବଡ଼ ଦୋକାନକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ ହେଉଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧୢ ଯଥେଷ୍ଠ କର୍ମଚାରୀ ନଥିବା ଜଣାଯାଇଛି । ତେବେ ଟ୍ରାଫିକ ସଚେତନତା ପାଇଁ ପୁଲିସ ଓ ଅଞ୍ଚଳିକ ପରିବହନ ବିଭାଗ ଯେତିକି ଆଗ୍ରହ ଓ ଉଦ୍ୟମ କରିବା କଥା କରୁ ନଥିବାରୁ ସହରରେ ଦୁର୍ଘଟଣା ସହ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।
ସବୁ ବେଳେ ରାସ୍ତା ଜାମ୍, ଟ୍ରାଫିକ ବ୍ୟବସ୍ଥା ନାହିଁ
/sambad/media/post_attachments/wp-content/uploads/2019/07/jharsduguda.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)