ଝାରସୁଗୁଡ଼ା: ଝାରସୁଗୁଡ଼ା ରେଲେଓ୍ଵ କଲୋନିର ଏକ ଝୁମ୍ପୁଡ଼ି ଘରେ ରହୁଥିବା ଜଣେ ଶ୍ରମିକ ପରିବାରର ୨ ବର୍ଷର ଝିଅ ରାତିରେ ଘରୁ ଉଭାନ ହୋଇଯିବା ପରେ ସକାଳେ ଘରଠାରୁ ଅଳ୍ପ ଦୂରରେ ଏକ ନିର୍ମାଣାଧୀନ ଘର ଭିତରୁ ତାକୁ ପୁଲିସ ଉଦ୍ଧାର କରିଛି। ଏହି ଘଟଣା ରହସ୍ୟମୟ ଲାଗୁଥିବା ବେଳେ ଜିଆର୍ପି ପୁଲିସ ତଦନ୍ତ ଆରମ୍ଭ କରିଛି। ଜିଆର୍ପି ଥାନାଧିକାରୀ ଦେବଯାନୀ ନାୟକଙ୍କ ଠାରୁ ପ୍ରକାଶ ଯେ ଦୀପକ ପ୍ରସାଦ ନାମକ ଜଣେ ଶ୍ରମିକ ମଙ୍ଗଳବାର ରାତିରେ ତାଙ୍କ ୨ ବର୍ଷର ଝିଅ ଘରେ ନଥିବା ଅଭିଯୋଗ କରିଥିଲେ। ସକାଳେ ଘରଠାରୁ ଅଳ୍ପ ଦୂରରେ ନିର୍ମାଣ ହେଉଥିବା ରେଲେଓ୍ଵ କ୍ୱାର୍ଟରର ଏକ ଖାଲୁଆ ଜାଗାରେ ଏହି ଶିଶୁ କାନ୍ଦୁଥିବା ବେଳେ ଆଖପାଖ ଲୋକଙ୍କ ଠାରୁ ସୂଚନା ପାଇଁ ପୁଲିସ ସେଠାରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲା। ତେବେ ଶିଶୁକୁ କିଏ କାହିଁକି ନେଇ ସେଠାରେ ଛାଡ଼ି ଦେଲା ତାହା ଜଣାପଡ଼ି ନଥିବା ପୁଲିସ କହିଛି। ତଦନ୍ତ ଜାରି ରହିଛି।
ରାତିରେ ଘରୁ ଉଭାନ୍ ଶିଶୁ ସକାଳେ ଉଦ୍ଧାର
/sambad/media/post_attachments/wp-content/uploads/2018/06/Baby-Month-1-Y.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)