ଝାରସୁଗୁଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାରସୁଗୁଡ଼ା ଆସିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ଏବେ ରାଜଧାନୀ ଭ୍ରମ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ସହରରେ ବିଜେପିର ଏକ ବଡ଼ଧରଣର ବାଇକ ରାଲି ଅନୁଷ୍ଠିତ ହୋଇଛି। ଏହି ରାଲି ବିଟିଏମ ପଡ଼ିଆରୁ ବାହାରି ବେହେରାମାଲ ଛକ, ପୁରୁଣା ବସ ଷ୍ଟାଣ୍ଡ ଦେଇ ସରବାହାଲ ଛକ ଯାଏଁ ଯାଇଥିଲା। ଏହି ରାଲିରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ, ସାଂସଦ ପ୍ରଦୀପ ପୁରୋହିତ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ରାଲିରେ ୧ ହଜାରରୁ ଅଧିକ ବାଇକ ସାମିଲ ହୋଇଥିଲା।
ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ସହରରେ ବିଜେପିର ଏକ ବଡ଼ଧରଣର ବାଇକ ରାଲି ଅନୁଷ୍ଠିତ ହୋଇଛି। ଏହି ରାଲି ବିଟିଏମ ପଡ଼ିଆରୁ ବାହାରି ବେହେରାମାଲ ଛକ, ପୁରୁଣା ବସ ଷ୍ଟାଣ୍ଡ ଦେଇ ସରବାହାଲ ଛକ ଯାଏଁ ଯାଇଥିଲା।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଆସୁଛନ୍ତି। ସେ ଅମଲୀପାଲିସ୍ଥିତ ପଡ଼ିଆରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ବର ଲୋକାର୍ପଣ, ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶବାସୀଙ୍କୁ ଅନେକ ପ୍ରକଳ୍ପ ଉପହାର ସ୍ବରୂପ ମିଳିବ। ଏଥିରେ ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ଅନେକ ପ୍ରକଳ୍ପ ସାମିଲ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ାରେ ସମୀକ୍ଷା ପୂର୍ବରୁ ଗତକାଲି ପୂର୍ବାହ୍ଣରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଥିଲେ। ବିମାନବନ୍ଦରରୁ ନେଇ ସଭାସ୍ଥଳ ଯାଏଁ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁଠି କ୍ୟାମେରା ଲାଗିବ, କେଉଁଠି ସାଭକୁ ଆସୁଥିବା ଲୋକଙ୍କ ଯାଞ୍ଚ୍ ହେବ ସେନେଇ ଡିଜିପି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବେଳେ ଏଡିଜି ଆଇନ ଶୃଙ୍ଖଳା ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସପି ଜି ଆର ରାଘବେନ୍ଦ୍ର, ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା, ସୋନପୁର ଏସପି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
Narendra Modi | Jharsuguda