ବେଲପାହାଡ଼: ଲଖନପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ବିଜେଡି ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ବ୍ଲକ ସଭାପତି ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଦଳୀୟ କର୍ମୀ ଓ ନେତାମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ତୀବ୍ର ବିରୋଧ କରି କେନ୍ଦ୍ର ସରକାରଙ୍କ ସମାଲୋଚନା କରିଥିଲେ। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାଏ ଚୌଧୁରୀ, ବେଳପାହାଡ଼ ନଗରପାଳ ପର୍ଶୁରାମ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିନାଥ ଗୁଆଲ, ଜିଲ୍ଲା ସମ୍ପାଦକ ପୀତାମ୍ବର ମିଶ୍ର, ଜିଲ୍ଲା ଉପସଭାପତି ଶମ୍ଭୁ ମହାନ୍ତି ଓ ରବି ସିଂ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟକୁମାରୀ ପଟେଲ, ବେଲପାହାଡ଼ ଟାଉନ ଯୁବ ବିଜେଡି ସଭାପତି ରାଜେଶ ଭୋଇ, ଲଖନପୁର ବ୍ଲକ ବିଜେଡି ସଭାପତି ପଦ୍ମଲୋଚନ ଭୋଇ, ଦିଲୀପ ଯାଦବ, ଟିକେଶ୍ୱର ସେନାପତି, ସଞ୍ଜିତ ପ୍ରଧାନ, ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ୱାଳ, ସରଣ୍ଡାମାଲ ସରପଞ୍ଚ ପାର୍ବତୀ ବେହେରା, ସୁରେନ୍ଦ୍ର ବେହେରା, ଚନ୍ଦ୍ରଶେଖର ବେହେରା, ଅଶୋକ କିଷାନ, ସୁରେନ୍ଦ୍ର ଜୟସ୍ୱାଲ, ମହେନ୍ଦ୍ର ସାଏ ପ୍ରମୁଖ ଯୋଗ ଦେଇଥିଲେ।
ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ
/sambad/media/post_attachments/wp-content/uploads/2018/05/jhar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)