ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଗସ୍ତ ବିଧାୟକ ଆଶାୟୀ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଛି। ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀ ସମେତ ପଶ୍ଚିମ ଓଡ଼ିଶାର ୧୯ଟି ବିଧାନସଭା ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଏଠାରେ ବହୁ ଦିନ ହେଲା ଡେରା ପକାଇଛନ୍ତି। କିଏ ଧର୍ମେନ୍ଦ୍ରଙ୍କ ଲବିରେ ତ ଆଉ କିଏ ଜୁଏଲଙ୍କ ଲବିରେ ବିଜେପି ଟିକଟ ପାଇଁ ଏହି ସମୟକୁ ଉପଯୁକ୍ତ ସମୟ ମନେ କରି ଉଦ୍ୟମ କରୁଥିବା ଦେଖାଯାଉଛି। ରାଜ୍ୟର ବହୁ ନାମୀଦାମୀ ବ୍ୟବସାୟୀ, ପେଟ୍ରୋଲ ପମ୍ପ ମାଲିକ, ଏଲପିଜି ଗ୍ୟାସ ବିତରକ ମଧ୍ୟ ବିଜେପିର ପ୍ରସ୍ତୁତି କାଯ୍ୟର୍ରେ ସାମିଲ ରହିଥିବା ଦେଖିବାକୁ ମିଳିଛି। ରାଉରକେଲା ଓ ସୁନ୍ଦରଗଡ଼ ଅଞ୍ଚଳର ବିଜେପି ନେତା ଏହି କାଯ୍ୟର୍କ୍ରମରେ ଅଧିକ ସକ୍ରିୟ ଥିବା ବେଳେ ସ୍ଥାନୀୟ ନେତା ନିଜ ଖର୍ଚ୍ଚରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରତିନିଧିତ୍ୱ ଥିବା ବେଳେ ବିଧାୟିକା ରାଧାରାଣୀ ପଣ୍ଡା ନିଜେ ଜିଲ୍ଲାର ବିଜେପି ସଭାନେତ୍ରୀ ଥିବାରୁ ସେ ଏବେ ସୁବିଧା ଜନକ ସ୍ଥିତିରେ ଅଛନ୍ତି। ତାଙ୍କ ଆସନ ଏକ ପ୍ରକାର ନିଶ୍ଚିତ ହୋଇ ରହିଛି। ମାତ୍ର ଝାରସୁଗୁଡ଼ା ବିଧାନସଭା ପାଇଁ ବିଜେପିର ସେପରି କେହି ନିଶ୍ଚିତ ପ୍ରାର୍ଥୀ ନଥିବାରୁ ନିଜକୁ ପ୍ରୋଜେକ୍ଟ କରିବା ପାଇଁ ଏବେ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଡଜନେରୁ ଅଧିକ ନେତାଙ୍କ ନାମ ଚର୍ଚ୍ଚାକୁ ଆସୁଛି।
ମୋଦୀଙ୍କ ଗସ୍ତରେ ବିଜେପି ଉତ୍ସାହିତ:ଲମ୍ବୁଛି ଆଶାୟୀଙ୍କ ଧାଡ଼ି
/sambad/media/post_attachments/wp-content/uploads/2018/09/jhars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)