ବିଜେପିର ଭୋଟ କମିବାରୁ ଜଣାପଡୁଛି କିଛି ଆତ୍ମଘାତୀ କାମ ହୋଇଛି: ପ୍ରଦୀପ ପୁରୋହିତ

ବିଜେପିର ଭୋଟ କମିବାରୁ ଜଣାପଡୁଛି କିଛି ଆତ୍ମଘାତୀ କାମ ହୋଇଛି: ପ୍ରଦୀପ ପୁରୋହିତ

ବ୍ରଜରାଜନଗର: ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡ଼ି ବିଜୟ ଲାଭ କରିବା ପ‌ରେ ଏ ନେଇ ନିଜର ମତ ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ସେ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି, ‘ବ୍ରଜରାଜନଗର ନିର୍ବାଚନ ଫଳାଫଳ ଆଶ୍ଚର୍ଯ୍ୟ କରିଛି । ବିଜେଡି ଭୋଟରମାନଙ୍କୁ ପ୍ରଭାବିତ କରିବା ସହ ସରକାରୀ ଅଧିକାରୀଙ୍କ ସୁନିୟୋଜିତ କରିଛି। ବିଜେପିର ଭୋଟ କମିବାରୁ ଜଣାପଡୁଛି କିଛି ଆତ୍ମଘାତୀ କାମ ହୋଇଛି। କିଛି ଲୋକ ବିଜେପିରେ ଥାଇ ବିଜେଡିକୁ ସହଯୋଗ କରିଥିବେ। ଆତ୍ମଘାତୀ କାର୍ଯ୍ୟର ସମୀକ୍ଷା ହେବାର ଆବଶ୍ୟକ ରହିଛି। ବିଜେପି ଏନେି ସମୀକ୍ଷା କରିବ। ବିଜେଡି ଉପରେ ଚାଷୀ, ଯୁବକ କେହି ଖୁସି ନାହାନ୍ତି । ତଥାପି କିପରି ବିଜେଡି ଏତେ ସଫଳ ହେଉଛି ତାହା ମଧ୍ୟ ସମୀକ୍ଷା ହେବ। ଆତ୍ମଘାତୀ କାର୍ଯ୍ୟର ସମୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe