ବ୍ରଜରାଜନଗର: ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ସ୍କୁଟି ଧକ୍କାରେ ଜଣେ ବାଳକ ଆହତ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ବାଳକଟି ରଥ ଯାତ୍ରା ଦେଖି ପରିବାର ଲୋକଙ୍କ ସହ ଫେରିବା ବେଳେ ସ୍ଥାନୀୟ ଆଜାଦ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ସ୍କୁଟି (ଓଡି ୨୩ଏଥ-୪୧୭୯) ତାକୁ ଧକ୍କା ଦେଇଥିଲା। ଏଥିରେ ବାଳକଟି ଗୁରୁତର ଭାବେ ଆହତ ହୋଇଥିବା ବେଳେ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ଯାଇଛନ୍ତି। ଏଥି ସହ ସେମାନେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ଧରି ପୁଲିସ୍ରେ ଜିମା ଦେଇଥିବା ଜଣାପଡ଼ିଛି।
ସ୍କୁଟି ଧକ୍କାରେ ବାଳକ ଗୁରୁତର
/sambad/media/post_attachments/wp-content/uploads/2019/07/keralminor-boy-rape.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)