ଝାରସୁଗୁଡା: ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ ଆଜି ବ୍ରାଉନ ସୁଗାର ଚାଲାଣ କରୁଥିବା ୩ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପାଖରୁ ୧୬.୯୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଆଜି ଏ ସମ୍ପର୍କରେ ଝାରସୁଗୁଡା ଏସ ଡି ପି ଓ ନିର୍ମଳ ମହାପାତ୍ର ଓ ଆଇଆଇସି ସାବିତ୍ରୀ ବଳ ଏକ ସାମ୍ବାଦିକ ସମ୍ମିଳନୀରେରେ ସୂଚନା ଦେଇଛନ୍ତି। ଗତକାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ , ରାଉରକେଲା ଅଂଚଳରୁ ଝାରସୁଗୁଡ଼ାକୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇ ରାଉରକେଲା- ଝାରସୁଗୁଡ଼ା ରାସ୍ତାର ବିମାନବନ୍ଦର ଛକରେ ଏସ ଆଇ ଏ. ମିଞ୍ଜଙ୍କ ନେତୃତ୍ୱରେ ନାକାବନ୍ଦୀ କରିଥିଲା।
ଏହି ସମୟରେ ଦୁଇ ଗୋଟି କେଟିଏମ ବାଇକରେ ସେହି ରାସ୍ତାରେ ଆସୁଥିବା ୪ ଜଣ ବାଇକ ଅରୋହୀଙ୍କ ତଲାସି ସମୟରେ ତାଙ୍କ ପାଖରୁ ବ୍ରାଉନ ସୁଗାର ମିଳିଥିଲା। ପୁଲିସ ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା। ଗିରଫମାନେ ହେଲେ ମଙ୍ଗଲବଜାରର ଜିତେଶ କୁମ୍ଭାର(୨୪), ଇରସାଦ ଖଂ (୩୦) ଓ ମହମ୍ମଦ ମମତାଜ। ଏମାନଙ୍କଠାରୁ ଦୁଇ କେଟିଏମ ବାଇକ, ଗୋଟିଏ ମୋବାଇଲ ଓ ୧୩, ୦୯୦ ଟଙ୍କା ଜବତ ହୋଇଛି। ଏମାନଙ୍କ ନାମରେ ବିଭିନ୍ନ ମାମଲା ରହିଥିବା ପୁଲିସ କହିଛି। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ବି.ପି. କାନ୍ତ, ହାବିଲଦାର ଏସ. ନାୟକ, କନଷ୍ଟେବଳ ଏ. ମେହେର, ଲୋଚନ ସା, ଆର. ଶତପଥୀ, ଆର. ରୋହିଦାସ, ରାଜେନ୍ଦ୍ର ଜେନା, ପି. ନାୟକ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/2052cbba-3b96-48c5-b86e-c0f771376402.jpg)