ସ୍କୁଲ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୬ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଡ଼ି ଏ ଭି ସ୍କୁଲ ବସ୍(ଓଡ଼ି ୨୩ ଓ ୩୪୫୩ )ସହିତ ଟ୍ରକ (ଓ ଆର ୨୩ ବି ୧୮୩୯) ମୁହାଁମୁହିଁ ଧକ୍କା ହେବାଫଲରେ ବସ ଡ୍ରାଇଭର ସମେତ ୬ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି ବ୍ରଜରାଜନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଗିଦଘର ତାରିଣୀ ମନ୍ଦିର ନିକଟରେ ଘଟିଛି।

ଆହତ ବସମାନଙ୍କୁ ଧରି ବନ୍ଧବାହାଲକୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେପାପାଇଁ ଯାଉଥିଲା। ବସଟି କୌଣସି ଟ୍ରକକୁ ଓଭରଟେକ କରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକରେ ପିଟିହୋଇ ଦୁର୍ଘଟଣା ସମ୍ମୁଖୀନ ହୋଇଛି।

ସମ୍ବନ୍ଧିତ ଖବର