ଝାରସୁଗୁଡ଼ା: ରାଜପୁର ସମଲେଶ୍ୱରୀ ମନ୍ଦିରରେ ରବିବାର ସନ୍ଧ୍ୟାରେ ଅଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହୋଇଥିଲା। ରାଜପୁରୋହିତ ପ୍ରଦୀପ ପାଟ୍ଟଯୋଶୀ ମା ସମଲେଶ୍ବରୀଙ୍କ ସହିତ ପାର୍ଶ୍ଵ ଦେବୀ ମହାମାୟୀ, ଦୁର୍ଗା, କାଳି, ଦକ୍ଷିଣ କାଳୀ, ବାଉତି, ଖମ୍ବେଶ୍ୱରୀ, ବଟୁ ମଙ୍ଗଳା, ବଟୁ ଭୈରବ, ବଞ୍ଜାରୀ ଦେବୀଙ୍କ ପୂଜାର୍ଚ୍ଚନା ସହିତ ସପ୍ତଶତୀ ଚଣ୍ଡିପାଠ ଏବଂ ହବନ କରିଥିଲେ। ସେହି ପରି ଗତ କାଲି ଅଷ୍ଟମୀ ତିଥିରେ ରାଜପୁର ଜମିଦାର ଘର ସମ୍ମୁଖରେ ଥିବା ଦୁର୍ଗା ଗୁଡ଼ିରେ ଖଣ୍ଡାଧୁଆ ଓ ଖଣ୍ଡାପୂଜା ବିଧି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2022/10/eca9b7bf-2469-4008-b1bb-e98de4b4b093.jpg)
ବିଳମ୍ବିତ ରାତିରେ ଜମିଦାର ବଂଶଜମାନେ ଦୁର୍ଗା ଗୁଡ଼ିରୁ ଅସ୍ତ୍ରଶସ୍ତ୍ର ଧରି ମଶାଲର ଅଲୋକରେ ବସୁନ୍ଧରା ନଦୀ ଘାଟକୁ ଯାଇଥିଲେ। ନଦୀ ଘାଟରେ ରାଜପୁରୋହିତ ପ୍ରଦୀପ ପଟ୍ଟଯୋଶୀ ଗୁପ୍ତ ତନ୍ତ୍ର ବିଧିରେ ପାଟ ଖଣ୍ଡା ଓ ଅନ୍ୟ ଖଣ୍ଡାଗୁଡ଼ିକୁ ପୂଜାର୍ଚ୍ଚନା କରିବାପରେ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଦୁର୍ଗା ମନ୍ଦିରକୁ ଅଣାଯାଇ ଗୋପନ ନୀତିରେ ଘଟସ୍ଥାପନ, ହୋମ ଯଜ୍ଞ, ଅଖଣ୍ଡ ଦୀପଦାନ ଆଦି ପୂଜାର୍ଚ୍ଚନା କରାଯାଇଥିଲା। ଆଜି ରାଜପୁର ସମଲେଶ୍ବରୀ ମନ୍ଦିରରେ ନବମୀ ବିହିତ ପୂଜା, ଚଣ୍ଡୀପାଠ ଓ ହୋମ ଅନୁଷ୍ଠିତ ହେବ ଏବଂ ୪ ତାରିଖ ମଙ୍ଗଳବାର ପୀଠରେ ବିଜୟା ଦଶମୀ ଉପଲକ୍ଷେ ବିସର୍ଜନ ପୂଜା, ଘଟ ବିସର୍ଜନ ଓ ଇବ୍ ନଦୀ କୂଳରେ ରଣଜିତା ଓ ଅସ୍ତ୍ରଶସ୍ତ୍ର ପୂଜା କାର୍ଯ୍ୟକ୍ରମ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/d30fc7b0-332c-4e56-984b-3b30276539e2.jpg)