ବ୍ରଜରାଜନଗର: ବିହାର ରାଜ୍ୟର ଜଣେ ଦୁର୍ଦାନ୍ତ ଅପରାଧୀକୁ ଗୁରୁବାର ପୁଲିସ୍ ଗିରଫ କରିଛି। ସେ ସୁନ୍ଦରଗଡ଼ ସବଡ଼େଗା ଅଂଚଳରେ ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲା। ଅଭିଯୁକ୍ତ ଜଣକ ହେଲା ଦୀନେଶ ରାମ (୩୬)। ଝାରସୁଗୁଡ଼ା ଏସପି ଆର ପ୍ରକାଶଙ୍କ ତତ୍ୱାବଧାନରେ
ଓରିଏଣ୍ଟ ପୁଲିସ ଦୀନେଶକୁ ଧରିବା ପାଇଁ ପ୍ରୟାସ ଚଳାଇଥିଲା। କାଳୀ ନଗର ଛକ ନିକଟରେ ଦୀନେଶ ବାଇକ (ଓଆର ୨୩ଏଫ ୩୮୯୪)ରେ ଯାଉଥିବା ସମୟରେ ଖବର ପାଇ ଓରିଏଣ୍ଟ ଥାନା ଆଇଆଇସି ସାରଂଗଧର ପାଣିଗ୍ରାହୀ ସଦଳବଳ ଚଢ଼ଉ କରିଥିଲେ। ଅଭିଯୁକ୍ତ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୁଳି, ୨ଟି ଖୁର, ୨ଟି ଛୁରି, ଆକ୍ରମଣ ପାଇଁ ରହିଥିବା ଏକ ମେସିନ ସହ ବାଇକ୍କୁ ଜବତ କରିଥିଲା। ସେ ରହୁଥିବା ମଣ୍ଡଳିଆସ୍ଥିତ ଘରେ ପୁଲିସ ଚଢ଼ଉ ଜାରି ରଖିଛି। ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯିବ। କିଛି ଦିନ ତଳେ ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ଅରାପଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସଂକ୍ରାନ୍ତରେ ଏକ ବୈଠକ ହୋଇଥିଲା। ଏହିକ୍ରମରେ ବିଭିନ୍ନ ସ୍ଥାନରେ ପୁଲିସ ଖୋଳତାଡ଼ ଜାରି ରଖିଛି।
ଦୁର୍ଦାନ୍ତ ଅପରାଧୀ ଗିରଫ:ଗୁଳି, ପିସ୍ତଲ ସହ ବାଇକ ଜବତ
/sambad/media/post_attachments/wp-content/uploads/2018/03/jharsu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)