ଝାରସୁଗୁଡ଼ା (ତେଜସ୍କର ମହାପାତ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡା ଗସ୍ତ କରିଛନ୍ତି। ସେ ସ୍ୱତନ୍ତ୍ର ବିମାନ ଯୋଗେ ସେ ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରିବା ପରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହାପରେ ପଣ୍ଡ୍ରିପଥରସ୍ଥିତ ବିଜେପି ପାର୍ଟି ଅଫିସକୁ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ସେଠାରେ ଦଳୀୟ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଅମଲୀପାଲିସ୍ଥିତ ସଭାସ୍ଥଳରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିବେ।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ବର ଲୋକାର୍ପଣ, ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶବାସୀଙ୍କୁ ଅନେକ ପ୍ରକଳ୍ପ ଉପହାର ସ୍ବରୂପ ମିଳିବ। ଏଥିରେ ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ଅନେକ ପ୍ରକଳ୍ପ ସାମିଲ ରହିଛି।
#ଝାରସୁଗୁଡ଼ାରେ_ପହଞ୍ଚିଲେ_ମୁଖ୍ୟମନ୍ତ୍ରୀ
— Sambad (ସମ୍ବାଦ) (@sambad_odisha) September 25, 2025
-ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ
-ପ୍ରସ୍ତୁତି ନେଇ କରିବେ ସମୀକ୍ଷା
-ସେପ୍ଟେମ୍ବର ୨୭ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ#Sambad#NarendraModi#MohanCharanMajhi#Jharsugudapic.twitter.com/vM3zEYZwkF
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଆସୁଛନ୍ତି। ସେ ଅମଲୀପାଲିସ୍ଥିତ ପଡ଼ିଆରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ବର ଲୋକାର୍ପଣ, ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶବାସୀଙ୍କୁ ଅନେକ ପ୍ରକଳ୍ପ ଉପହାର ସ୍ବରୂପ ମିଳିବ। ଏଥିରେ ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ଅନେକ ପ୍ରକଳ୍ପ ସାମିଲ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ାରେ ସମୀକ୍ଷା ପୂର୍ବରୁ ଆଜି ପୂର୍ବାହ୍ଣରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଥିଲେ। ବିମାନବନ୍ଦରରୁ ନେଇ ସଭାସ୍ଥଳ ଯାଏଁ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁଠି କ୍ୟାମେରା ଲାଗିବ, କେଉଁଠି ସାଭକୁ ଆସୁଥିବା ଲୋକଙ୍କ ଯାଞ୍ଚ୍ ହେବ ସେନେଇ ଡିଜିପି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବେଳେ ଏଡିଜି ଆଇନ ଶୃଙ୍ଖଳା ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସପି ଜି ଆର ରାଘବେନ୍ଦ୍ର, ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା, ସୋନପୁର ଏସପି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
Jharsuguda | CM Mohan Charan Majhi