ବ୍ରଜରାଜନଗର: ଶନିବାର ରେଙ୍ଗାଲି ଥାନା ଅନ୍ତର୍ଗତ କଣ୍ଡେଇ କେଲା ଫାଣ୍ଡି ଅଧୀନରେ ଥିବା ଲାରାନାକା ଗେଟରେ ଡ୍ୟିୁଟି ସମୟରେ ଜଣେ କନେଷ୍ଟବଳ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସେ କାର୍ଯ୍ୟରେ ଥିବା ବେଳେ ତାଙ୍କୁ ଏକ ବାଇକ୍ (ଓଡି ୧୭ ଆର ୪୦୧୭) ଧକ୍କା ଦେଇଥିଲା। ଫଳରେ କନେଷ୍ଟବଳ ଅବିନାଶ ବାରିକ ଆହତ ହୋଇଥିଲେ। ଆହତ ଅବିନାଶଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଉକ୍ତ ବାଇକଟି ଦ୍ରୁତଗତିରେ ଚାଣ୍ଟିପାଲି ଦିଗରେ ଯାଉଥିଲା। ଗାଡ଼ିଟିକୁ ଚେକିଂ ପାଇଁ ଅଟକାଇବା କନେଷ୍ଟବଳ ଅବିନାଶ ଉଦ୍ୟମ କରିଥିଲେ। ଫଳରେ ବାଇକ୍ ଚାଳକ ନିୟନ୍ତ୍ରଣ ହରାଇ କନେଷ୍ଟବଳ ଅବିନାଶଙ୍କୁ ପିଟି ଦେଇଥିଲେ। ଚିକିତ୍ସା ପାଇଁ ଉଭୟଙ୍କୁ ଚାଣ୍ଟିପାଲି ହସ୍ପିଟାଲକୁ ନିଆଯାଇଥିଲା। ଅବିନାଶଙ୍କର ଗୋଡ଼ ଭାଙ୍ଗି ଯାଇଥିବାରୁ ବୁର୍ଲା ପଠା ଯାଇଛି। ଏନେଇ ରେଙ୍ଗାଲି ଥାନାରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/34-9.jpg)