ଲଇକେରା : କରୋନା ପାଇଁ ପରିସ୍ଥିତି ଏପରି ହୋଇଛି ଯେ ବାପାଙ୍କ ପରଲୋକ ପରେ ବିଦେଶରେ ଥିବା ପୁଅ ବାପାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ପାରିନାହାନ୍ତି। ବିମାନ ବାତିଲ ଯୋଗୁଁ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇ ପାରିନାହାନ୍ତି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ସାହସପୁର ଗ୍ରାମରେ। ଏହି ଗ୍ରାମର ଦିଲ୍ଲୀପ ନାଏକ(୬୮)ଙ୍କ ମଙ୍ଗଳବାର ସକାଳ ୭ଟା ୧୫ ମିନିଟ୍ରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ଶ୍ରୀ ନାଏକଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ରାଜେଶ ନାଏକ ମୁମ୍ବାଇରେ ରହୁଥିବା ବେଳେ ସାନ ପୁଅ ରଞ୍ଜନ ପରିବାର ସହିତ ଆମେରିକାରେ ରହୁଛନ୍ତି। କିନ୍ତୁ ସ୍ବଦେଶ ଫେରି ପାରୁ ନାହାନ୍ତି। ଭାରତ ଆସିବାକୁ ତାଙ୍କୁ ବାରଣ କରାଯାଇଛି। କରୋନା ପାଇଁ ବିଦେଶକୁ ସବୁ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ଭିସା ମଧ୍ୟ ଦିଆଯାଉ ନାହିଁ। କରୋନା ଏପରି କରୁଣ ପରିସ୍ଥିତି ସୃଷ୍ଟି କରିଛି ଯେ ପରଲୋକ ପରେ ବାପାଙ୍କ ମୁହଁ ଦେଖିପାରୁନି ପୁଅ। ଅନ୍ୟପକ୍ଷରେ ବଡ଼ ପୁଅ ରାଜେଶ ପରିବାର ସହିତ ମୁମ୍ବାଇରୁ ଫେରୁଛନ୍ତି। ତେବେ ଟ୍ରେନ୍ କିମ୍ବା ବିମାନରେ ନୁହେଁ; କାର୍ ଯୋଗେ ସେ ଓଡ଼ିଶା ଫେରୁଥିବା ଜଣାପଡ଼ିଛି। ବୁଧବାର ପହଞ୍ଚିବା ପରେ ସ୍ବର୍ଗତ ନାଏକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।
କରୋନା ପାଇଁ ବିଦେଶରୁ ବିମାନ ବାତିଲ, ବାପାଙ୍କୁ ଶେଷ ଦର୍ଶନ କରିପାରିଲେନି ପୁଅ
/sambad/media/post_attachments/wp-content/uploads/2020/01/flight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)