ଲଇକେରା: ଝାରସୁଗୁଡ଼ା ଜିଲ୍ଲା ବାଗଡିହି ରେଂଜ ଅଧୀନରେ ବନ ବିଭାଗର ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମରେ ଲକ୍ଷାଧିକ ଟଙ୍କାର ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି। ମିଳିଥିବା ସୂଚନା ଅନୁସାରେ, ଗଂଜୁଡିହି ଓ ଅର୍ଡ଼ାଠାରେ ସିଏସଆର ପ୍ଲାଣ୍ଟେସନ ୨୦୧୬-୧୭ରେ ଚାରା ଲଗାଇବାର କାର୍ଯ୍ୟକ୍ରମ ଥିବା ବେଳେ ସେଠାରେ ଅଧାରୁ କମ ଚାରା ଲଗାଯାଉଛି। ପାକେଲପଡ଼ା ପଞ୍ଚାୟତ ବନରାଇ ଜଙ୍ଗଲ, ଅନ୍ଧାରୀ ପିଆରଏଫ, ଚିରିଗୁନି ପିଆରଏଫ ଜଙ୍ଗଲରେ ଲଗା ଯାଇଥିବା ଗଛର ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଟଙ୍କାକୁ ହରିଲୁଟ୍ କରାଯାଇଥିବା ସୂଚନା ମିଳିଛି।
ସେହିପରି ପାକେଲପଡ଼ା ଡିପିଏଫରେ ମଧ୍ୟ ୨୦୧୬-୧୭ରେ ଚାରା ଲଗା ଯାଇଥିବା ବେଳେ ୨୦୧୭-୧୮ର ରକ୍ଷଣାବେକ୍ଷଣ ପାଇଁ ଆସିିଥିବା ଟଙ୍କା ମଧ୍ୟ ଭାଗବଣ୍ଟା ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଖବର ଲୋକଲୋଚନକୁ ଆସିବା ପରେ ବିଭାଗ ଭିତରେ ଚାଲିଛି କାଦୁଅ ଫିଙ୍ଗାଫିଙ୍ଗି। କିଛି ସଚେତନ ନାଗରିକ ଏ ବିଷୟରେ ସ୍ୱର ଉଠାଇଲା ପରେ ଝାରସୁଗୁଡ଼ା ଭିଜିଲାନ୍ସ ପକ୍ଷରୁ ବିଭାଗକୁ ତଥ୍ୟ ମଗା ଯାଇଥିବା ଜଣାପଡ଼ିଛି। ହେଲେ, ବିଭାଗ ଭିଜିଲାନ୍ସକୁ ତଥ୍ୟ ଦେବାରେ ବିଳମ୍ବ କରୁଥିବା ନେଇ ଚର୍ଚା ଯୋର୍ ଧରିଛି। ଉପରିସ୍ଥ ଅଧିକାରୀ ହୋଇଥିବା ଏହି ଦୁର୍ନୀତିର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି। ଏ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ସମ୍ବଲପୁରର ସୂଚନା ଅଧିକାର କର୍ମୀ ସୁବାସଚନ୍ଦ୍ର ମିଶ୍ର ଆରଟିଆଇ ଯୋଗେ ସୂଚନା ମାଗିଥିଲେ। ୧ ମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ବିଭାଗ ତାଙ୍କୁ ସୂଚନା ଦେବାରେ ଟାଳଟୁଳ ନୀତି ଅମ୍ବଲମ୍ବନ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/plant.jpg)