ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ପୁଲିସ ଆଗାମୀ ଦିନରେ ଦଶହରା ଓ ଦୀପାବଳିକୁ ଆଖିଆଗରେ ରଖି ‘ଅପରେସନ ଅଗ୍ନି’ ଆଧାରରେ ବେଆଇନ ବାଣ ବିକ୍ରେତାଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି। ଏହି ଆଧାରରେ ବ୍ରଜରାଜନଗର ଲମଟିବାହାଲର ପବନ ଶର୍ମାକୁ ଆଜି ଗିରଫ କରିଛି।
ଅଭିଯୁକ୍ତ ବେଆଇନ ଭାବେ ଘରେ ବିପୁଳ ପରିମାଣ ର ବାଣ ଗଛିତ ରଖିବା ସହିତ ବିକ୍ରି କରୁଥିବା ଅଭିଯୋଗରେ ସେ ଗିରଫ ହୋଇଥିବା ବ୍ରଜରାଜନଗର ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜବତ ବାଣର ମୂଲ୍ୟ ୨ଲକ୍ଷ ଟଙ୍କା ହେବ।
ଏହି ସମ୍ପର୍କରେ ବ୍ରଜରାଜନଗର ପୁଲିସ ଏକ ମାମଲା ରୁଜୁକରି ଅନୁସନ୍ଧାନ କରୁଛି। ଜବତ ବାଣ ଗତବର୍ଷ ଦୀପାବଳିରେ ଆଣିଥିବା ପବନ ପ୍ରକାଶ କରୁଛି। ଆଜିର ଏହିବାଣ ଜବତ ଘଟଣାରେ ବାଣ ବେପାରୀଙ୍କ ଭିତରେ ଭୟ ସୃଷ୍ଟି କରିଛି। ଯେଉଁମାନେ ଘରେ ବାଣ ରଖିଛନ୍ତି ସେମାନଙ୍କର ପୁଲିସ ଭୟରେ ନିଦ ହଜିଯାଇଛି।
firecracker