ବ୍ରଜରାଜନଗରରେ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ: ଉପନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ବ୍ରଜରାଜନଗରରେ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ: ଉପନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ବ୍ରଜରାଜନଗର: ଠିକ ୧୫ ଦିନ ପରେ ଅର୍ଥାତ ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ରେ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରମୁଖ ଦଳ ଭୋଟରମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଯାଇଛି। ଆଜି ବ୍ରଜରାଜନଗରର ମହେଶ୍ୱରୀ ଭବନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବୈଠକ ହୋଇଥିଲା। ଏଥିରେ ବିଜେପିର ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସାଂସଦ ସୁରେଶ ପୂଜାରୀ , ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା , ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକ ରେ ନିର୍ବାଚନ ପାଇଁ ରଣ କୌଶଳ ପ୍ରସ୍ତୁତି କରାଯାଇଥିଲା।

ଆଜିର ବୈଠକ ତିନୋଟି ପର୍ଯ୍ୟାୟରେ କରାଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ପାଟିର କାର୍ଯ୍ୟକର୍ତ୍ତା ଓ ମୁରବୀମାନଙ୍କ ସହିତ ସାକ୍ଷାତ କରିଥିଲେ। ଜୟନାରାୟଣ ମିଶ୍ର ଦଳ ର ଲକ୍ଷ୍ୟ ଓ ବିପକ୍ଷର ବଳକୁ କିଭଳି ନିର୍ବାଚନରେ ପ୍ରତିହତ କରାଯାଇପାରିବ, ସେନେଇ ଗୁରୁମନ୍ତ୍ର ଫୁଙ୍କିଥିଲେ। ସେହିପରି ବିଧାୟକ ପ୍ରାର୍ଥୀ ରାଧାରାଣୀ ନିଜର ୫ବର୍ଷର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ କର୍ମୀମାନଙ୍କୁ ସଚେତନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe