ଇବ୍ଥର୍ମାଲ: ଗୁରୁବାର ଲଖନପୁର କୋଇଲା ଖଣିକ୍ଷେତ୍ରର ସଂପ୍ରସାରଣକୁ ଦର୍ଲିପାଲି ଗାଁରେ ବିରୋଧ ପ୍ରଦର୍ଶନ କରି ୬୬ ଜଣ ଗିରଫ ହୋଇ ଶୁକ୍ରବାର କୋର୍ଟ ଚାଲାଣ ହୋଇଛନ୍ତି। ସମସ୍ତଙ୍କୁ ସଂଧ୍ୟାରେ ଛାଡ଼ି ଦେବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ସେମାନେ ଖାଦ୍ୟ ବାରଣ କରି ଧାରଣାରେ ବସି ଯାଇଥିଲେ। ଆମକୁ କୋର୍ଟ ଚାଲାଣ କର ବୋଲି ଗ୍ରାମବାସୀ କହିଥିଲେ। ଘରକୁ ଫେରି ନଥିଲେ। ସଂଧ୍ୟାରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଅଜୟ ଜେନା, ଲଖନପୁର ତହସିଲ୍ଦାର ହେମସାଗର ଭୋଇ, ବ୍ରଜରାଜନଗର ଏସଡିପିଓ ନୃପଚରଣ ଡନସେନା, ଜଲ୍ଲା ପରିଷଦ ସଭ୍ୟ ସାମଲ ନାଏକ, ରଘୁନନ୍ଦନ ପଣ୍ଡା ପ୍ରମୁଖ ଥାନାରେ ପହଞ୍ଚି ବୁଝାସୁଝା କରିଥିଲେ। ଗ୍ରାମବାସୀ ନିଜ ଜିଦ୍ ଛାଡ଼ି ନଥିଲେ।
ସେମାନଙ୍କ ଯୁକ୍ତି ରହିଛି ଯେ ଗାଁର ୧୬ ଏକର ବସ୍ତିକୁ ଛାଡ଼ି ଚାରିଆଡ଼େ ଚାଷଜମି ଥିଲା। କ୍ଷତିପୂରଣ କିମ୍ବା ଥଇଥାନ ମଧ୍ୟ ହେଲାନାହିଁ। ଚାଷ ଜମି ଅଧିଗ୍ରହଣ ସହ ବସ୍ତିକୁ ମଧ୍ୟ ଉଚ୍ଛେଦ କରାଯାଉ ବୋଲି ସେମାନେ ଦାବି କରିଥିଲେ। ସେମାନେ ଛୋଟପିଲା କାଖରେ ଧରି ଶୀତ ରାତିରେ ଥାନରେ ଅଟକି ରହିଥିଲେ। ଶୁକ୍ରବାର ସକାଳେ ପୁଲିସ୍ ବୁଢ଼ାବୁଢ଼ି ସହ ସମସ୍ତ ୬୬ ଜଣଙ୍କୁ କେସ୍ ନଂ ୧୪୭/୪୪୭, ଆଇପିସି ୩୫୩, ୨୯୪, ୫୦୬, ୧୪୯ ଜରିଆରେ କୋର୍ଟ ଚାଲାଣ କରି ଦେଇଛି।
ଅପରପକ୍ଷେ, ଦର୍ଲିପାଲି ଗାଁରେ ଖଣି ସଂପ୍ରସାରଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଲଖନପୁର ଅତିରିକ୍ତ ତହସିଲ୍ଦାର ଡିଆର ଭିତିରିଆ, ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିଓ୍ଵାରୀଙ୍କ ତତ୍ୱାବଧାନରେ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ଏସଡିପିଓ ନୃପଚରଣ ଦଣ୍ଡସେନା, ରେଂଗାଲି ଆଇଆଇସି ପି.କେ ରଣା, ଲଖନପୁର ଆଇଆଇସି ବି.ବି ସେଠ, ଓରିଏଣ୍ଟ ଆଇଆଇସି ବି.ଏମ ହରିପାଲ, ବେଲପାହାଡ଼ ଆଇଆଇସି ଏସ ସାହୁ, ବନହରପାଲି ଆଇଆଇସି ପି ଭୋଇ ଏବଂ ଚାରି ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ରହିଥିଲେ।
ଦର୍ଲିପାଲି ଖଣି ସଂପ୍ରସାରଣ ମାମଲା:୬୬ ଗ୍ରାମବାସୀ କୋର୍ଟ ଚାଲାଣ, ଚାଲିବ ସଂପ୍ରସାରଣ କାମ
/sambad/media/post_attachments/wp-content/uploads/2017/12/jharsu-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)