ଝାରସୁଗୁଡ଼ା: ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ କଲ୍ୟାଣ ମଣ୍ଡପ ପଛପଟରୁ ପୁଲିସ ଶନିବାର ଅପରାହ୍ନରେ ଜଣେ ଅଜଣା ଯୁବକଙ୍କର ମୃତ ଦେହ ଉଦ୍ଧାର କରିଛି। ସହରର ମଝିରେ ଥିବା କଲ୍ୟାଣ ମଣ୍ଡପ ପଛ ପଟରେ ମୃତଦେହ ପଡ଼ିଥିବା ଦେଖି କେହି ଜଣେ ପୁଲିସକୁ ଖବର ଦେଇଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପୁଲିସ ମୃତଦେହକୁ ଝାରସୁଗଡ଼ା ସଦର ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ କରୁଛି। ଏନେଇ ପୁଲିସ କହିଛି ଯୁବକର ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଛି। ସେହିପରି ହତ୍ୟା ପୂର୍ବରୁ ମୁଣ୍ଡକୁ ଛେଚାଯାଇଛି।
ଝାରସୁଗୁଡ଼ା: ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/03/jsg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)