ବ୍ରଜରାଜନଗର: ଗତ ପ୍ରାୟ ୬ ଦିନ ହେଲା ଝାରସୁଗୁଡ଼ା ବ୍ଲକ୍ ରାଜପୁର ପଞ୍ଚାୟତର ଲୋକମାନେ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଓଗାଁ ଜଳଯୋଗାଣ ପ୍ରକଳ୍ପ ପାଇଁ ବିଦ୍ୟୁତ୍ ବିଲ ପଇଠ ହୋଇ ନଥିବାରୁ େଓ୍ଵସ୍କୋ ପକ୍ଷରୁ ସଂଯୋଗ କାଟି ଦିଆଯାଇଥିବାରୁ ଏହି ପ୍ରକଳ୍ପ ଏବେ ବନ୍ଦ ପଡ଼ିଛି। ବିିିଭିନ୍ନ ପଡ଼ାରେ ଥିବା ୮ଟି ନଳକୂଅରୁ ପର୍ଯ୍ୟାପ୍ତ ପାଣି ମିଳିପାରୁ ନାହିଁ। ବାଧ୍ୟ ହୋଇ କିଛି ପରିବାର ନଦୀ ବାଲିରେ ଗାତ ଖୋଳି ପାଣି ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥିତିରେ ଖଣି ପାର୍ଶ୍ୱବର୍ତ୍ତୀ ପଞ୍ଚାୟତର ପ୍ରାୟ ଦେଡ଼ ହଜାର ଲୋକ ଏବେ ୪୦ ଡିଗ୍ରି ତାପମାତ୍ରାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।
ରାଜପୁର ସହ ଦେଓଗାଁ, ହରିଜନପଡ଼ା, ବ୍ରାହ୍ମଣପଡ଼ା, ରାଜପୁତ ପଡ଼ା, ବାବୁ ପଡ଼ାକୁ ଦେଓଗାଁ ନିକଟ ବସୁନ୍ଧରା ନଦୀରୁ ପାନୀୟ ଜଳଯୋଗାଣ ହୋଇଥାଏ। ୨୦୧୪ରେ ଆରଡବ୍ଲୁଏସଏସ ପକ୍ଷରୁ ଏହା କାର୍ଯ୍ୟକ୍ଷମ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୩୬୫ ପରିବାରକୁ ନଳ ଯୋଗେ ଏକ କମିଟି କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଘରୋଇ ଜଳଯୋଗାଣ ସହ ରାଜପୁରରେ ଥିବା ନେହରୁ ସ୍ମାରକୀ ହାଇସ୍କୁଲ, ଦେଓଗାଁ ୟୁଜିଏମଇ ସ୍କୁଲ, ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରାଜପୁର ପଞ୍ଚାୟତ କାର୍ଯ୍ୟାଳୟ ସହ ୪ଟି ଅଂଗନବାଡ଼ି କେନ୍ଦ୍ରକୁ ଏହି ପ୍ରକଳ୍ପରୁ ଜଳଯୋଗାଣ ହୋଇଥାଏ। ଗାଁର ଜଗନ୍ନାଥ ମନ୍ଦିର, ସମଲେଇ ମନ୍ଦିର, ଦୁର୍ଗା ମନ୍ଦିର ପାଇଁ ପାଇପ ଯୋଗେ ଏହି ପ୍ରକଳ୍ପରୁ ପାଣି ଆସୁଛି। ପ୍ରତି ଘର ପିଛା ୫୦ ଟଙ୍କା ଲେଖାଏ ଜଳଯୋଗାଣ ପାଇଁ ଶୁଳ୍କ ଆଦାୟ ହେଉଛି। ବିଦ୍ୟୁତ୍ ବିଭାଗ ଗତ ମାସରେ ବିଲ୍ ୩ ଲକ୍ଷ ୪୭ ହଜାର ଟଙ୍କା ପଇଠ ପାଇଁ ଜଳ ପିରମଳ କମିଟିକୁ ନିର୍ଦେଶ ଦେଇଥିଲା। ସମୟସୀମା ଏପ୍ରିଲ ୨ ତାରିଖ ମଧ୍ୟରେ ତାହା ପଇଠ ନ ହେବାରୁ ୩ ତାରିଖ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଜଳଯୋଗାଣ ବାଧାପ୍ରାପ୍ତ ହେବାରୁ ବହୁ ପରିବାର ସହ ଅନୁଷ୍ଠାନ ପ୍ରଭାବିତ ହୋଇଛନ୍ତି। ଗତ ବର୍ଷ େଓ୍ଵସ୍କୋ ପକ୍ଷରୁ ୬ ଲକ୍ଷ ୨୫ ହଜାର ଟଙ୍କା ବିଲ ବାବଦରେ ପଇଠ ପାଇଁ ଜଳ ପରମଳ କମିଟିକୁ କୁହାଯାଇଥିଲା। ସେ ସମୟରେ ୧ ଲକ୍ଷ ୫୧ ହଜାର ଟଙ୍କା ଅନାଦେୟ ରହିଥିଲା। ଚଳିତ ବର୍ଷ ବିଦ୍ୟୁତ୍ ଶୁଳକ ୧ ଲକ୍ଷ ୯୬ ହଜାର ହୋଇଥିବାରୁ ଏହା ୩.୪୭ ଲକ୍ଷରେ ପହଞ୍ଚିଛିି। ଖରା ଦିନରେ େଓ୍ଵସକୋ ଜଳଯୋଗାଣ ପ୍ରକଳ୍ପ ପାଇଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିବାରୁ ଲୋକମାନେ ନାପସନ୍ଦ କରିଛନ୍ତି। ଅପରପକ୍ଷରେ ଲୋକମାନେ ନଈରୁ ଗାତ ଖୋଳି ପାଣି ବ୍ୟବହାର କରୁଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହି ପ୍ରକଳ୍ପ ପରିଚାଳନାରେ ରହିଥିବା ତ୍ରୁଟି ନେଇ ଆରଡବ୍ଲଏସଏସ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।
ଏ ସଂପର୍କରେ ରାଜପୁର ସରପଞ୍ଚ ଯତୀନ୍ଦ୍ର ଦେଓ କହନ୍ତି, ବିଦ୍ୟୁତ୍ ଶୁଳ୍କ ପଇଠ ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ଆଲୋଚନା ହୋଇଥିବା ବେଳେ କମିଟି ପକ୍ଷରୁ ତାହା ଜମା କରାଯାଇନାହିଁ। ଶନିବାର ଏନେଇ ଉପଭୋକ୍ତାଙ୍କ ଏକ ବୈଠକ କରାଯାଇଥିଲା। ସେମାନେ ରବିବାର ସଂଧ୍ୟା ସୁଦ୍ଧା ଦେୟ ଦେଲେ ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯିବ। ପଞ୍ଚାୟତ ପାଖରେ ଦେଓଗାଁ ଜଳଯୋଗାଣ ପ୍ରକଳ୍ପର ଦାୟିତ୍ୱ ରହିଛି। ସୋମବାର ସୁଦ୍ଧା ଏହି ସମସ୍ୟା ସମାଧାନ ନ ହେଲେ ଟ୍ୟାଙ୍କର ଜଳଯୋଗାଣ ନେଇ ପଦକ୍ଷେପ ନିଆଯିବ। ତେବେ, ରାଜପୁର ଗ୍ରାମ୍ୟ ଜଳ ପରିମଳ କମିଟି ସଭାପତି ଯତୀନ୍ଦ୍ର ମେହେରଙ୍କ କହିବାନୁସାରେ, ପ୍ରତି ବର୍ଷ ଶେଷ ଭାଗକୁ ଉପଭୋକ୍ତାମାନେ ସେମାନଙ୍କ ବାର୍ଷିକ ଶୁଳକ ଦେଇଥାନ୍ତି। ଚଳିତ ବର୍ଷ ପଇଠ ହୋଇନାହିଁ। ଫଳରେ ସମସ୍ୟା ହୋଇଛି। ଏହାର ସମାଧାନ ପାଇଁ କମିଟି ପ୍ରୟାସ ଜାରି ରଖିଛି। ତେବେ, ପ୍ରକଳ୍ପ ହସ୍ତାନ୍ତର ପାଇଁ ଆରଡବ୍ଲୁଏସଏସ ଏଯାଏ ଲିଖିିତ ଭାବେ ପଞ୍ଚାୟତକୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ କରିନାହିଁ।
ଦେଓଗାଁ ଜଳ ପ୍ରକଳ୍ପକୁ ବିଦ୍ୟୁତ ବିଚ୍ଛିନ୍ନ:ପାଣି ପାଇଁ ଦେଢ଼ ହଜାର ଲୋକ ଡହଳ ବିକଳ
ନଦୀରେ ଗାତ ଖୋଳି ପାଣି ସଂଗ୍ରହ
/sambad/media/post_attachments/wp-content/uploads/2018/04/jhars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)