ଝାରସୁଗୁଡ଼ା: ଆସନ୍ତା ୧ ତାରିଖରୁ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ ଅନୁଷ୍ଠିତ ହେବ। ଏହି ୫ ଦିନିନିଆ ମହୋତ୍ସବ ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୧୩ ଲକ୍ଷ ୫୧ ହଜାର ଟଙ୍କା ବରାଦ ରହିଛି। ଉତ୍ସବରେ ଆସାମର ବିହୁ, କୋଲକାତାର କଥକ୍ ମାଲା, ପଞ୍ଜାବର ଭାଙ୍ଗଡ଼ା, ପଶ୍ଚିମବଙ୍ଗର ପୁରୁଲିଆ ଛଉ, ପୁଣେର ଭାରତନାଟ୍ୟମ୍ ଓ ନାଗପୁରର ଲାଭନୀ ନୃତ୍ୟ ସାମିଲ ହେବ। ବିଭିନ୍ନ ଜିଲ୍ଲାର ୧୬ଟି ଗ୍ରୁପ୍, ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ୧୯ଟି ଗ୍ରୁପ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।
୧ ତାରିଖରେ ଝାଡ଼େଶ୍ବର ମନ୍ଦିରରୁ ସରବାହାଲ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା କରାଯିବ। ସେହିପରି ୨ ତାରିଖରେ ବେବି ସୋ’, ୩ରେ ସାରସ୍ବତ ସମାରୋହ, ୪ରେ ରାଗ ଅନ୍ତରଙ୍ଗ ଓ ୫ରେ ରକ୍ତଦାନ ଶିବିର ଆୟୋଜିତ ହେବ। ପ୍ରଦର୍ଶନୀରେ ମୋଟ ୪୩୫ଟି ଷ୍ଟଲ୍ ରହିବ। ସେଥି ମଧ୍ୟରେ ଦୁଲଦୁଲି କମିଟିର ୨୩୫ଟି ଓ ଓରମାସ୍ର ୨୦୦ଟି ଷ୍ଟଲ୍ ଅନ୍ତର୍ଭୁକ୍ତ। ଉଦ୍ଘାଟନୀ ଉତ୍ସବରେ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ୨ ତାରିଖରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ୩ରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ୪ ତାରିଖରେ ଉତ୍ତରାଞ୍ଚଳ ରାଜସ୍ବ କମିସନର ଏବଂ ଉତ୍ତରାଞ୍ଚଳ ଆଇଜି ଯୋଗ ଦେବେ। ୫ ତାରିଖରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/344d7d34-6496-4aec-af33-19456494fd90.jpeg)