ଝାରସୁଗୁଡ଼ା: ଝାରସୁଗୁଡା ଜିଲା କିର୍ମିରା ବ୍ଲକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବ୍ଲକ୍ର ଭଉଁରା ଗ୍ରାମରେ ଯମୁନା ବେହେରା ନାମକ ଜଣେ ୭୦ ବର୍ଷିଅ ବୃଦ୍ଧଙ୍କ ଶୋଇଥିବା ଅବସ୍ଥାରେ ହାତୀ ଘରକୁ ପଶିଯାଇ ଘର ଭାଙ୍ଗିବାରୁ ତାଙ୍କର ମୃତ୍ୟୁ ଘଟିଛି।
ଜାଣିବାକୁ ମିଳିଛି ଯେ ବୃଦ୍ଧ ଜଣକ ଏକୁଟିଆ ଘରେ ଶୋଇଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ଦୁଇଟି ଦନ୍ତା ହାତୀ ଖାଦ୍ୟ ଖୋଜିବାକୁ ଆସି ଘର ଭିତରକୁ ପଶି ଯାଇଥିଲେ। ସେ ଘରେ ପଶି ଘରର କାନ୍ଥକୁ ଭାଙ୍ଗି ଦେଇଥିଲେ। ଭଙ୍ଗା କାନ୍ଥ ଯମୁନାଙ୍କ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ଜମୁନାଙ୍କର ମୃତ୍ୟୁ ଘଟିଛି।
/sambad/media/post_attachments/wp-content/uploads/2020/08/3bcb2f9a-6f7a-4009-a63f-d022f34795a6-300x300.jpg)
ଖବର ପାଇ ବାଗଡ଼ିହି ବନ ବିଭାଗର କର୍ମଚାରୀ ଓ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇ ଥିବା ଜଣାପଡିଛି । ଏହି ଅଞ୍ଚଳରେ ନିୟମିତ ହାତୀର ଚଳପ୍ରଚଳ ହେଉଥିବା ବେଳେ ହାତୀ ଆସିବା ନେଇ ବନ ବିଭଗ ନିକଟରେ ଖବର ରହୁନଥିବା ଯୋଗୁଁ ଏଭଳି ଅଘଟଣ ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/fbb6fa56-77e1-417b-b4ed-9c004d61f1b7.jpg)