ବ୍ରଜରାଜନଗର: ମଂଗଳବାର ସକାଳ ୮ଟାରୁ ମରାମତି ପାଇଁ ଓପିଟିସିଏଲର ୧୩୨ କେଭି ଲାଇନ ସଟଡାଉନ ନିଆଯାଇଥିବା ବେଳେ କେହି ଦୁର୍ବୃତ୍ତ ତାର ଚୋରି କରିଥିବା ଜଣାପଡ଼ିଛି। ଫଳରେ ବ୍ରଜରାଜନଗର ସହରକୁ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇ ପଡ଼ିଛି। ରାତି ୧୦ଟା ଯାଏ ସହର ଅନ୍ଧାର ଥିବା ବେଳେ ଖୁଣ୍ଟରେ ତାର ବାନ୍ଧି ଲାଇନ୍ରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି ବୋଲି େଓ୍ଵସକୋ ସହକାରୀ ଯନ୍ତ୍ରୀ କହିଛନ୍ତି। ପ୍ରାୟ ୨୦୦ ମିଟରର ଦୁଇଟି ଫେଜ୍ରେ ଲାଇନ୍ ତାର ଚୋରି ହୋଇଥିବା ଜଣାପଡ଼ିଛି। ସଟଡାଉନ୍ ନିଆଯାଇଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ୧୧ କେଭି ବିଦ୍ୟୁତ୍ ତାର କାଟି ନେଇଥିବା ଜଣାପଡ଼ିଛି। ମଂଗଳବାର ଅପରାହ୍ଣ ୨ଟା ଯାଏ କର୍ମଚାରୀମାନେ ମରାମତି କାମ କରୁଥିଲେ। ସଂଧ୍ୟା ୫ଟାରେ ଲାଇନ୍ ଚାଲୁ କରିଥିଲେ ବି ସହରକୁ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରି ନଥିଲା।
ବିଦ୍ୟୁତ୍ ତାର ଚୋରି, ସହର ଅନ୍ଧାର
/sambad/media/post_attachments/wp-content/uploads/2017/12/power-cut.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)