ରିଆମାଳ: ରିଆମାଳ ବ୍ଲକ୍ରେ ଘୂରି ବୁଲୁଥିବା ଏକ ଦନ୍ତା ହାତୀ ଶନିବାର ରେଙ୍ଗାଲବେଡ଼ା ଫରେଷ୍ଟ ରେଞ୍ଜ୍ ଗୁଣ୍ଡିଆପାଲି ପଞ୍ଚାୟତରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଗତ ୪ ତାରିଖରେ ହାତୀଟି ଜାତୀୟ ରାଜପଥ ୨୦୦/୫୩ କଡରେ ଥିବା ସୋସାଇଟି ଗୋଦାମରେ ଧାନ ଖାଉଥିବା ବେଳେ ଲୋକେ ଓ ବନ ବିଭାଗ କର୍ମଚାରୀ ତାକୁ ଘଉଡ଼ାଇ ଥିଲେ। ଫଳରେ ହାତୀ ଗୁଣ୍ତିଆପାଲି ପଞ୍ଚାୟତ ଜଙ୍ଗଲକୁ ଚାଲି ଯାଇଥିଲା। ଶନିବାର ରାସ୍ତା ଉପରକୁ ଚାଲି ଆସି ବୁଲାବୁଲି କରିବା ସହ ଆଖପାଖରେ ଥିବା ଲୋକଙ୍କ ଘରଦ୍ବାର ଭାଙ୍ଗିଥିଲା। ଏଥି ସହ ପନିପରିବା ଚାଷ, କଦଳୀ ବଗିଚା, ଧାନ ଆଦି ନଷ୍ଟ କରିଥିଲା। ସେହିପରି ବେଗୁନିଆନାଳୀ ଅଂଚଳରେ ସନ୍ତୋଷ ପ୍ରଧାନଙ୍କର କଦଳୀ ବଗିଚା, ୧୫ରୁ ୨୦ ବସ୍ତା ଧାନ, ବାଉଁଶ ଗଛ, ଗୁଲବଦନ ରଣାଙ୍କର ଘର, ମାର୍କଣ୍ଡ ରଣାଙ୍କର ହାଣ୍ତିଗଢା ଚକ ଓ ଘର, ଡିଲେଶ୍ବର ସାହୁଙ୍କ ଚାଷ ହୋଇଥିବା ବଇତାଳୁ କିଆରୀ ଏବଂ ଜୟଦେବ ସାହୁଙ୍କ ବଇତାଳୁ ବଗିଚାନଷ୍ଟ କରିଛି। ହାତୀଟି ଏବେ ରମ୍ଭାଦେବୀ ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ତା’ ଗତିବିଧି ଉପରେ ନଜର ରଖାଯାଇଥିବା ରେଞ୍ଜର କହିଛନ୍ତି।
ଦନ୍ତା ଉତ୍ପାତ, ବ୍ୟାପକ କ୍ଷୟକ୍ଷତି
/sambad/media/post_attachments/wp-content/uploads/2019/01/JHARS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)