ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭାଲୁପତ୍ରା ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଏହି ଗ୍ରାମର ଫକୀର କିଶାନ(୩୦) ବୋଲି ଜଣା ପଡ଼ିଛି। ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଗତକାଲି ରାତିରେ ଗ୍ରାମକୁ ଗ୍ରାମକୁ ଏକ ଦନ୍ତା ହାତୀ ଆସିଥିଲା। ଆଜି ଭୋର୍ ରୁ ବନ ବିଭାଗ କର୍ମଚାରୀଙ୍କ ସହିତ କିଛି ଗ୍ରାମବାସୀ ମିଶି ହାତୀ ଘଉଡାଉଥିଲେ। ଏହି ସମୟରେ ଫକୀର ଝୁଣ୍ଟି ପଡ଼ିବାରୁ ହାତୀ ଓଲଟି ତାଙ୍କୁ ଦଳି ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Elephant-1.jpg)