ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଚିଖିଲାପାଲି ଗ୍ରାମରୁ ପୁଲିସ୍ ୬୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି। ଏହି ଘଟଣାର ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଜବତ ନୋଟ୍ଗୁଡ଼କ ମଧ୍ୟରେ ୧୧୦ଟି ପାଞ୍ଚ ଶହ ଟଙ୍କିଆ, ୫ଟି ଦୁଇ ହଜାର ଟଙ୍କିଆ ନୋଟ୍ ରହିଥିବା ପୁଲିସ୍ କହିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବିଭିନ୍ନ ଗ୍ରାମାଞ୍ଚଳରେ ଜାଲ ନୋଟ୍ କାରବାର ଚାଲିଥିବା ସୂଚନା ପାଇ ପୁଲିସ ଆଜି ଚିଖିଲାପାଲି ଗାଁ’ରେ ଚଢ଼ଉ କରିଥିଲା। ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ବ୍ୟକ୍ତି ହେଲେ ଚିଖଲାପାଲିର ବିରାଟ ଗୁପ୍ତା, ଛତିଶଗଡ଼ ତିନିମିନିର ମୁକୁନ୍ଦ ଗୁପ୍ତା ଓ ଚାଟିପାଲିର ଦିନେଶ ବିଶ୍ବାଳ। ସେମାନଙ୍କ ନିକଟରୁ ଜାଲ୍ ନୋଟ୍ ସହ କାଗଜ ଓ ପ୍ରିଣ୍ଟର ମଧ୍ୟ ଜବତ କରାଯାଇଥିବା ଥାନାଧିକାରୀ ଗୀତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
୬୫ ହଜାର ଟଙ୍କାର ଜାଲ ନୋଟ ଜବତ, ୩ ଅଟକ
/sambad/media/post_attachments/wp-content/uploads/2019/01/SBPPHO27-Jal-note.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)