ଝାରସୁଗୁଡ଼ା: ଝାରସୁଗୁଡ଼ା ଭିଏସ୍ଏସ୍ ବିମାନ ବନ୍ଦରରୁ ବୁଧବାରଠାରୁ ଇଣ୍ଡିଗୋ ଏୟାରଲାଇନ୍ସ ବେଙ୍ଗାଲୁରୁ ରୁଟ୍କୁ ଏହାର ସେବା ଆରମ୍ଭ କରିଛି। ଦିନ ୧୨ଟା ୦୯ ମିନିଟରେ ଏହି ବିମାନ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ପରମ୍ପରା ଅନୁସାରେ ୱାଟର କ୍ୟାନନ୍ ସାଲ୍ୟୁଟ୍ ଦିଆଯାଇ ଥିଲା। ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ପ୍ରଥମ ଯାତ୍ରୀଙ୍କୁ ବୋର୍ଡିଂ ପାସ୍ ଦେଇ ସ୍ବାଗତ କରିଥିଲେ।
ଏହି ସମୟରେ ଇଣ୍ଡିଗୋର ଏୟାରପୋର୍ଟ ମ୍ୟାନେଜର ସକିଲ ଅହମ୍ମଦ ଖାନ, ପ୍ରତାପ ନାମ୍ବିଆର, ସିଏସଏସଓ ସୁବାସ ଚନ୍ଦ୍ର ଭୋଇ ଓ ବିମାନ ବନ୍ଦରର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ବେଙ୍ଗାଲୁରୁରୁ ୧୮୦ ଜଣ ଯାତ୍ରୀ ଏହି ବିମାନରେ ଝାରସୁଗୁଡ଼ା ଆସିଥିବା ବେଳେ ଏଠାରୁ ୧୭୦ ଜଣ ଯାତ୍ରୀ ଯାତ୍ରା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/indigo.jpg)