ଝାରସୁଗୁଡ଼ା: ମଦ ପିଇବା ପରେ ବଚସା ଓ ଏହା ପରେ ଘଟିଛି ହତ୍ୟାକାଣ୍ଡ। ଝାରସୁଗୁଡ଼ାର ବଡ଼ମାଲ ଥାନା କୁମ୍ଭାରୀ କେମ୍ପପଡା ଠାରେ ଦୀପାବଳି ରାତିରେ ଘଟିଛି ଏହି ଘଟଣା। ବଡ଼ମାଲ ଆଇଆଇସି ଅମିତାଭ ପଣ୍ଡାଙ୍କ ସୂଚନା ଅନୁଯାୟୀ କୁମ୍ଭାରୀ ଗ୍ରାମର ଟ୍ରକ ଡ୍ରାଇଭର ଯତିଶ ସାହୁ (୨୯) ଓ ତାର କିଛିସାଙ୍ଗ ମଦ୍ୟପାନ କରିବା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଯତିଶଙ୍କୁ ଅନ୍ୟ ସାଙ୍ଗମାନେ ବିଅର ବୋତଲ ଓ ଇଟାରେ ମୁଣ୍ଡକୁ ଫଟାଇ ଦେଇ ଫେରାର ହୋଇଯାଇଥିଲେ।
ଅଧଘଣ୍ଟା ଛଟପଟ ହେବ ପରେ କିଛି ଲୋକ ତାଙ୍କୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଆହତ ଯତିଶଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା। ତେବେ ବୁର୍ଲା ନେବା ପୂର୍ବରୁ ଯତିଶଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ପରିବାର ଓ ଡ୍ରାଇଭର ସଂଘ ଚିକିତ୍ସାରେ ଅବହେଳା ଓ ଠିକ ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ଆହତ ଡ୍ରାଇଭରଙ୍କର ମୃତ୍ୟୁ ହେଲା ବୋଲି ଅଭିଯୋଗ କରୁଛନ୍ତି। ପୁଲିସ ଇଟା, ବିଅର ବୋତଲ ଜବତ କରିବ ସହିତ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖି ପଚାରଉଚୁରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/c1054046-b2cc-49a7-89bd-2891a21cb9d2.jpg)