ଝାରସୁଗୁଡ଼ା: ଝାରସୁଗୁଡ଼ା ଅଞ୍ଚଳରେ ଏବେ ବେଆଇନ ବିସ୍ଫୋରକ, ମାଦକ ଦ୍ରବ୍ୟ, ଗଞ୍ଜେଇ ପ୍ରଭୃତି ଚାଲାଣ ହେଉଥିବା ଦୃଷ୍ଟିକୁ ଆସୁଛି। ଟ୍ରେନ୍ରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁରୁବାର ଏହା ଆର୍ପିଏଫ୍ ଓ ଜିଆରପି ପୁଲିସ ହାତରେ ଲାଗିଛି। ଅପରାହ୍ନରେ ପୁରୀ- ହରିଦ୍ୱାର ଉତ୍କଳ ଏକ୍ସ୍ପ୍ରେସ୍ ତନଖି ବେଳେ ଆର୍ପିଏଫ୍ ଗଂଜେଇକୁ ଜବତ କରିଥିଲା। ୩ଟି ବ୍ୟାଗରେ ଥିବା ଏହି ଗଞ୍ଜେଇର ଓଜନ ମପା ଯାଇଥିବା ବେଳେ ଆନୁମାନିକ ୧୦ କେଜିରୁ ଅଧିକ ହେବ ବୋଲି କୁହାଯାଉଛି। ମାଫିଆମାନେ ରାସ୍ତା ଅପେକ୍ଷା ଟ୍ରେନ୍ରେ ଏବେ ଚୋରା କାରବାର କରିବାକୁ ପସନ୍ଦ କରୁଛନ୍ତି। କାରଣ ଟ୍ରେନ୍ରେ ଚୋରା କାରବାର ଅନାୟାସରେ କରୁଥିବା ବେଳେ ପୁଲିସ ଏହାର ଟେର୍ ମଧ୍ୟ ପାଇପାରୁନାହିଁ। ଗଞ୍ଜେଇ ମିଳିଥିବା ନେଇ ଜିଆର୍ପି ଅଧିକାରୀ ଦେବଯାନୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉତ୍କଳ ଏକ୍ସ୍ପ୍ରେସରେ ଚାଲାଣ ହେଉଥିବା ଏହି ଗଞ୍ଜେଇ ଆରଫିଏଫ୍ କର୍ମଚାରୀମାନେ ପାଇ ଜିଆର୍ପି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ଗଞ୍ଜେଇ କେଉଁଠାରୁ ଆସୁଥିଲା କେଉଁଠାକୁ ଯାଉଥିଲା ତାହା ଜଣା ପଡ଼ିନାହିଁ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶୁକ୍ରବାର ଏହାର ଓଜନ କରାଯିବ।
ଚାଲାଣ ବେଳେ ଟ୍ରେନ୍ରୁ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
/sambad/media/post_attachments/wp-content/uploads/2018/06/ganja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)