ବ୍ରଜରାଜନଗର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ: ରେଳ ଚଳାଚଳ ବନ୍ଦ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଷ୍ଟେସନର ଲଜକୁରା ନିକଟରେ ୧ ନମ୍ବର ଲୁପ ଲାଇନରୁ ୨ନମ୍ବର ମେନ ଅପ ଲାଇନକୁ ଯାଉଥିବା ସମୟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣା ସକାଳ ୧୧ଟାରେ ଘଟିଛି। ଏହାଫଳରେ କୋଲକତା- ମୁମ୍ବାଇ ଲାଇନରେ   ବ୍ରଜରାଜନଗର ଦେଇ ଯାଉଥିବା ଟ୍ରେନ ଚଳାଚଳ ବନ୍ଦ ରହିଛି। ଗାର୍ଡ ଡବାରୁ ୩ ଓ ୪ ନମ୍ବର ବଗି ଲାଇନଚ୍ୟୁତ ହୋଇଛି।

ବ୍ରଜରାଜନଗର ଷ୍ଟେସନରେ ହାୱଡା -ଅହମ୍ମଦାବାଦ ଟ୍ରେନ ଛିଡ଼ାହୋଇଛି। ଟ୍ରେନ ବନ୍ଦ ହେବଫଳରେ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଟ୍ରେନ କେବେ ଚଳାଚଳ ହେବ ସଠିକ ଖବର ମିଳିନାହିଁ। କାମ ସାରିବାକୁ ୪ ଘଣ୍ଟା ଲାଗିପାରେ ବୋଲି କର୍ତ୍ତୃପକ୍ଷ କହୁଛନ୍ତି। ଏ ସି ବଗିରେ ଏ ସି ଚାଲୁନଥିବାରୁ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ରହିଛି।

ସମ୍ବନ୍ଧିତ ଖବର