ଝାରସୁଗୁଡ଼ା: ବୁଧବାର ରାଜ୍ୟପାଳ ରଘୁବର ଦାସ ଦିନିକିଆ ଝାରସୁଗୁଡ଼ା ଗସ୍ତ କରିଛନ୍ତି। ସକାଳ ସାଢ଼େ ୧୦ଟା ବେଳେ ରାଜ୍ୟପାଳ ଶ୍ରୀ ଦାସ ଝାରସୁଗୁଡ଼ା ସର୍କିଟ୍‌ ହାଉସରେ ପହଞ୍ଚିବା ପରେ ୧୦ଟା ୫୦ରେ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନ୍‌ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟପାଳ ଶ୍ରୀ ଦାସ କୁନି କୁନି ପିଲାଙ୍କ ସହିତ କଥା ହେବା ସହିତ ସେମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ସେଠାରୁ ଦୁର୍ଲ୍ଲଗା ଯାଇ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ୧୨ଟା ୨୫ରେ ତାଳପଟିଆ ହାଇସ୍କୁଲ ପରିଦର୍ଶନ କରିବା ସହିତ ସେଠାରେ ଚାଷୀ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

Advertisment

publive-image

ଦିନ ଗୋଟାଏରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥା ଓ ରୋଗୀ ସେବା ସଂପର୍କରେ ପଚାରି ବୁଝିଥିଲେ। ଅପରାହ୍ଣ ୩ଟା ୨୦ ମିନିଟ୍‌ରେ ଏଚ୍‌ କଟାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୪ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ପରେ ସର୍କିଟ୍‌ ହାଉସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ସନ୍ଧ୍ୟା ୫ଟା ୫୫ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ରାଜ୍ୟପାଳଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ, ଏସପି ସ୍ମିତ ପରମାର ପି ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।