ବ୍ରଜରାଜନଗରରେ ପେଟ୍ରୋଲ ଢାଳି ୪ଜଣଙ୍କୁ ଜାଳି ଦେବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ନାତୁଣୀ ଇପ୍ସିତ କୌରର ଦେହାନ୍ତ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାରରେ ଘଟିଥିବା ଅଭାବନୀୟ ଘଟଣାରେ ଘରେ ଶୋଇଥିବା ଅବସ୍ଥାରେ ପରିବାରର ସଦସ୍ୟ ବଲଜିତ କୌର (୬୧), ତାଙ୍କ ବିଧବା ଝିଅ ମଞ୍ଜିତ କୌର(୩୬), ନାତୁଣୀ ଇପ୍ସିତ କୌର(୭) ଓ ମଝିଆଁ ପୁଅ ରାଜେନ୍ଦ୍ର ସିଂ (୩୨) ନିଆଁରେ ଜଳି ଗୁରୁତର  ଆହତ ହୋଇ ରାଉରକେଲା ଆଇ ଜି ଏଚ ରେ ଚିକିତ୍ସିତ ହେଉଛନ୍ତି।ସ୍ବର୍ଗତ ଗୁରମିତ ସିଂ ଙ୍କ  ସାନପୁଅ   ରବୀନ୍ଦ୍ର ସିଂ  ଏଭଳି ଜଘନ୍ୟ କାଣ୍ଡ  କରି ନିଜ ମା , ଭାଇ , ବିଧବା ଭାଇଭଉଣୀ ଓ ଭାଣିଜୀକୁ  ପେଟ୍ରୋଲ ଢାଳି ନୃଶଂସ ଭାବେ ଜାଳି ମାରିଦେବାକୁ ପ୍ରୟାସ କରିଥିବା ପୁଲିସି ତଦନ୍ତରେ ଜଣା ପଡିଥିଲା।

ଏହି କାର୍ଯ୍ୟରେ ତାକୁ  ଇଏସଆଇ ଛକ ନୂଆପଡ଼ାର ବେଶନ ତାଣ୍ଡି ଓ ଅନ୍ୟଜଣେ ନାବାଳକ ସହଯୋଗ କରିଥିବା ଏସ ପି ଶ୍ରୀ ଦାଶ ପ୍ରକାଶ କରିଥିଲେ।  ଆହତମାନେ ରାଉରକେଲା ଆଇ ଜି ଏଚ ରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଆହତ ହୋଇଥିବା ସ୍ବର୍ଗତ ଗୁର୍ମିତ ସିଂଙ୍କ ନାତୁଣୀ ଇପ୍ସିତ କୌର(୭)ଙ୍କର ଆଜି ଭୋର ୪ଟାରେ ମୃତ୍ୟୁ  ଘଟିଛି। ସେହିପରି  ଆହତ ଅବସ୍ଥାରେ  ପରିବାରର ସଦସ୍ୟଙ୍କ ଭିତରେ ତାଙ୍କ ବିଧବା ଝିଅ ମଞ୍ଜତ କୌର ଓ ମଝିଆଁ ପୁଅ ରାଜେନ୍ଦ୍ର ସିଂ ଅବସ୍ଥା ଗୁରୁତର ରହିଛନ୍ତି। ଖବର ପାଇ ବ୍ରଜରାଜନଗର ଆଇ ଆଇ ସି ନଳିତା ମୋଦି  ରାଉରକେଲା ଆଇଜିଏଚରେ ପହଞ୍ଚିଛନ୍ତି।

 

ସମ୍ବନ୍ଧିତ ଖବର