ଝାରସୁଗୁଡ଼ା: ସୀମା ଟପିଲା ବର୍ବରତା। ରାଇସ ମିଲରେ ଦୁର୍ଘଟଣା ପରେ ବାହାର ରାଜ୍ୟର ଶ୍ରମିକକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଫିଙ୍ଗି ଦେଲେ ମିଲ କର୍ମଚାରୀ। ମୃତ୍ୟୁ ସହିତ ସଂଗ୍ରାମ କରୁଛି ଗୁରୁତର ଶ୍ରମିକ। ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ସ୍ଥିତ ସଂଖୋଲିଆ ରାଇସ ମିଲରେ ଉକ୍ତ ଶ୍ରମିକ କାମ କରୁଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ରେଙ୍ଗାଲି ପୁଲିସ ଖବର ଦେଲେ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ସେପଟେ ତଦନ୍ତ ଜାରି ରହିଛି ଓ ମିଲ କର୍ମଚାରୀଙ୍କୁ ପଚରାଉଚରା ଜାରି ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Untitled-15.png)