ଝାରସୁଗୁଡ଼ା: ମଂଗଳବାର ଜିଲ୍ଲାର ବନହରପାଲି ଥାନା ତେଲେନପାଲିସ୍ଥିତ ଏକ ଔଷଧ ଦୋକାନରେ ଡ୍ରଗ୍ସ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୩୬ ପ୍ରକାରର ବିଭିନ୍ନ ଔଷଧ ଜବତ କରାଯାଇଥିବା ଜଣାପଡ଼ିଛି। ଏହାର ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ଚଢ଼ଉ ପରେ ଔଷଧ ଦୋକାନ ମାଲିକ ତାପସ କର୍ମକାର ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଡ୍ରଗ୍ସ ନିରୀକ୍ଷକ ଜ୍ୟୋତିରଞ୍ଜନ ପଣ୍ଡା ଏବଂ ତାଙ୍କ ସହଯୋଗୀ ସତ୍ୟଜିତ ଦାସଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।
ବେଆଇନ କ୍ଲିନିକ୍ରେ ଚଢ଼ଉ
/sambad/media/post_attachments/wp-content/uploads/2019/06/jharsu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)